ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ସଇଁତଳା ବ୍ଲକ ଗଣ୍ଡପତ୍ରାପାଲି ଅନ୍ତର୍ଗତ ବଡମାଲ ଖେଳ ପଡିଆ ଠାରେ ବଡମାଲ ଯୁବକ ସଂଘ ଆନୁକୂଲ୍ୟରେ ପ୍ରଥମ ବର୍ଷ ବୁଢ଼ାରଜା କ୍ରିକେଟ ପ୍ରତିଯୋଗିତା ଚତୁର୍ଥ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୬ ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ଚତୁର୍ଥ ଦିବସରେ ମୁଖ୍ୟ ଅତିଥି ଭାବରେ କେଓମାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ ଭୋଇ, ବଡମାଲ ଯୁବକ ସଂଘ ସଭାପତି ନୀଳମଣି ଭୋଇ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଥମ ମ୍ୟାଚ ବାଞ୍ଜିଝାଲ ଓ ସିକାପତ୍ରାପଳି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବାଞ୍ଜିଝାଲ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଅଭରରେ ୭୬ ରନ କରିଥିଲେ । ଜବାବ ରେ ସିକାପତ୍ରାପଳି ଦଳ ୬ ଓଭର୍ ରେ ୭୭ ରନ କରି ବିଜୟୀ ହୋଇଥିଲା । ଦୃତିୟ ମ୍ୟାଚରେ ବରଗାଁ ଏବଂ ଧରବଗଡ ମଧ୍ୟରେ ହୋଇଥିବା ବେଳେ ବରଗାଁ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଅଭରରେ ୧୫୪ ରନ କରିଥିଲେ । ଜବାବ ରେ ଧରବଗଡ ଦଳ ୧୦ ଓଭର୍ ରେ ୧୫୨ ରନ କରି ପରାସ୍ତ ହୋଇଥିଲା ।ତୃତୀୟ ମ୍ୟାଚ କ୍ୱାର୍ଟର ଫାଇନାଲ ରେ ବରଗାଁ ଏବଂ ସିକାପତ୍ରାପାଳି ମଧ୍ୟରେ ହୋଇଥିଲା । ପ୍ରଥମେ ବରଗାଁ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ୪୩ ରନ କରିଥିଲେ । ଜବାବ ରେ ସିକାପତ୍ରାପାଲି ଦଳ ୨.୧ ଓଭର୍ ରେ ରନ କରି ବିଜୟୀ ହୋଇ ସେମିଫାଇନାଲ ରେ ପ୍ରବେଶ କରିଛି । ମେନ୍ ଅଫ ଦି ମ୍ୟାଚ ଭାବେ ଟିଟୁ ବାଗ ପୁରସ୍କାର ପାଇଥିଲେ । ରାଜକିଶୋର ମାଝୀ, ଜନ ଭୋଇ, ବେଣୁଧର ଭୋଇ, ଇତିଶ ସାଗର, ପିଣ୍ଟୁ ଭୋଇ, ଅଜିତ ମାଝି ଖେଳ ପରି ଚାଳନା କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ଭୋଇ ଧାରା ବିବରଣୀ ପ୍ରଦାନ କରିଥିଲେ ଏବଂ ନିରଞ୍ଜନ କୁମ୍ଭାର ଓ ଭାଗବତ ସ୍କୋରର ଦାୟିତ୍ଵ ତୁଲାଇଥିଲେ । ଜୟକୃଷ୍ଣ ଭୋଇ, ରାଜୀବ ଲୋଚନ ଭୋଇ,ପରିକ୍ଷିତ ମାଝୀ, ଧବଳେଶ୍ୱର୍ ଭୋଇ, ଚନ୍ଦ୍ର ଶେଖର ଭୋଇ, ଦୁର୍ବାସା ଜାନୀ, ସରୋଜ ଭୋଇ,ଆଶୁତୋଷ ବଗର୍ତ୍ତୀ, ପୁରୁଷୋତ୍ତମ ବାଗ, ଦୟା ସାଗର ମାଝୀ, ଯିତ୍ ଭୋଇ,ଅଶୋକ ଭୋଇ, ସନ୍ତୋଷ ବଗର୍ତ୍ତୀ ଏବଂ ସମସ୍ତ ବଡ଼ମାଳ ଯୁବକ ସଂଘର ସଦସ୍ୟ ସହଯୋଗ କଲେ ।




