ଆର୍.କେ. ଜେନା ଫାଉଣ୍ଡେସନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲାରେ ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଜନସାଧାରଣଙ୍କ ସେବାରେ ନିଜର ଗୁଜୁରାଣ ମେଣ୍ଟାଉଥିବା ବାଲେଶ୍ଵର ସହରର ଖବରକାଗଜ ବିତରକ ଭାଇମାନେ ଏବଂ ରେଲୱେ ଷ୍ଟେସନରେ କାର୍ଯ୍ୟରତ ଯାତ୍ରୀ ସହାୟକମାନେ ନିଜର ଦୈନନ୍ଦିନ ଜୀବନଚର୍ଯ୍ୟାରେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମୟରେ ସେମାନଙ୍କୁ ଉଷ୍ମତାର ସ୍ପର୍ଶ ଦେବାକୁ ଚେଷ୍ଟା କରିଛି ବାଲେଶ୍ଵରର ଆର୍.କେ. ଜେନା ଫାଉଣ୍ଡେସନ। ବୁଧବାର ସନ୍ଧ୍ୟାରେ ବାଲେଶ୍ଵର ସହରର ଖବରକାଗଜ ବିତରକ ଭାଇମାନଙ୍କୁ ଏବଂ ରେଲୱେ ଷ୍ଟେସନର କାର୍ଯ୍ୟରତ ଯାତ୍ରୀ ସହାୟକମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିଥିଲେ ଆର୍.କେ. ଜେନା ଫାଉଣ୍ଡେସନର ମୁଖ୍ୟ ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏବଂ ତାଙ୍କ ଧର୍ମପତ୍ନୀ ତଥା ବସ୍ତାର ବିଧାୟିକା ସୁବାସିନୀ ଜେନା। ଏହି ଅବସରରେ ଶ୍ରୀଯୁକ୍ତ ଜେନା ଏବଂ ଶ୍ରୀମତୀ ଜେନା ସମସ୍ତଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହ ସମ୍ପ୍ରତି ବାଲେଶ୍ଵରରେ ପ୍ରବଳ ଶୀତ ଅନୁଭୂତ ହେଉଥିବାରୁ ଦିନ ରାତି ଏକ କରି ଲୋକଙ୍କୁ ସେବା ଯୋଗାଉଥିବା ଖବର କାଗଜ ବିତରକ ଓ ରେଳ ଷ୍ଟେସନରେ କାର୍ଯ୍ୟରତ ଯାତ୍ରୀ ସହାୟକ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଥିଲେ । ଏଥି ସହିତ ଆଗାମୀ ଦିନରେ ମଧ୍ୟ ଫାଉଣ୍ଡେସନ ପକ୍ଷରୁ ଏହିପରି ସେବା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ। ଶ୍ରମିକ ନେତା ଅରୁଣ କୁମାର ସ୍ୱାଇଁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ବାଲେଶ୍ଵର ପୌରପାଳିକାର ଅଧ୍ୟକ୍ଷା ସବିତା ସାହୁ, ପୂର୍ବତନ ବ୍ରିଟ୍ ଅଧ୍ୟକ୍ଷ ଆଲୋକ କୁମାର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସଞ୍ଜୟ ସେଠୀ, ବରିଷ୍ଠ ନେତା ବରଦା ପ୍ରସନ୍ନ ପଟ୍ଟନାୟକ, ଅଜୟ ସାମଲ, ଘନଶ୍ୟାମ ଗିରି, ରବି ନାରାୟଣ ପାଣିଗ୍ରାହୀ, ବାଲେଶ୍ଵର ପୌରପାଳିକାର କାଉନସିଲର ସଞ୍ଜୀବ ଦାସ, ଦେବାଶିଷ ସିଂ, ପ୍ରୀତିଲତା ସେଠୀ, ସେହିପରି ଯୁବ ନେତା ଭାଗବତ ସାହୁ, ଶାନ୍ତନୁ ଦାସ, ଶୁଭେନ୍ଦୁ ମଙ୍ଗରାଜ, ସିମନ ଦାସ ମହାପାତ୍ର, ତାପସ ପାଣିଗ୍ରାହୀ, ଅସିତ୍ ଦାସ, ଅନିରୁଦ୍ଧ ପ୍ରଧାନ, ଶକ୍ତିପଦ ରାୟ, ଇନ୍ତେଖାବ ଅଲ୍ଲୀ ଖାଁ, ରୋଜି ପଟ୍ଟନାୟକ, ମିନତୀ ସେଠୀ, ଆଶ୍ରିତା ତରେଇ, ସୋନାଲି ସାହା, ହରପ୍ରିୟା ରଣା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.