ରୁପ୍ରାରୋଡରେ ସ୍ଥିତି ଜାହିର କଲେ ମାଓବାଦୀ!; ପୋଡ଼ିଲେ ଗୋଦାମ, ଛାଡ଼ିଲେ ପୋଷ୍ଟର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଅନ୍ତର୍ଗତ ରୁପ୍ରାରୋଡର ଠିକାଦାର ଦିନେଶ ଅଗ୍ରୱାଲଙ୍କ ବାବା ବଜରଙ୍ଗ ଟ୍ରେଡର୍ସ ପୋଡ଼ି ଯାଇଛି। ଏହି ଟ୍ରେଡର୍ସର ଗୋଦାମ ଜଳି ଯାଇଥିବାବେଳେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି। ଟ୍ରେସର୍ସର ପରିସରର ସମ୍ମୁଖ ଭାଗରେ ଥିବା ଗାଡ଼ି ଓ ସାମଗ୍ରୀ ପୋଡ଼ି ଯାଇଛି। ଏହା ମାଓବାଦୀଙ୍କ କାଣ୍ଡ ନାଁ ଅନ୍ୟକିଛି ସେନେଇ ପୋଲିସର ତଦନ୍ତ ଅବ୍ୟାହତ ରହିଛି। ଆଜି (ମଙ୍ଗଳବାର) ଭବାନୀପାଟଣାରୁ ଆସିଥିବା ସନ୍ଧାନୀ କୁକୁର ଟ୍ରେଡର୍ସରୁ ବାହାରି ଛତାମହୁଲ ଜଙ୍ଗଲ ପର୍ଯ୍ୟନ୍ତ ଯାଇ ଫେରି ଆସିଥିଲା। ସାଇଷ୍ଟିଫିକ ଟିମ୍ ଏବଂ କେସିଙ୍ଗା ଏସଡିପିଓଙ୍କ ସମେତ ପୋଲିସ ବଳ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ କରିଥିଲେ। ତେବେ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ଜଣାପଡିଛି। ଅନ୍ୟପକ୍ଷରେ ରୁପ୍ରାରୋଡରେ ମାଓବାଦୀ ତାଙ୍କ ଉପସ୍ଥିତି ଜାହିର କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.