୧୪ରୁ କଳାହାଣ୍ଡି ଉତ୍ସବ: ରେଣ୍ଡୋମାଝୀ ପୀଠ ଓ ଡୋକରୀ ମନ୍ଦିରରୁ ଭବାନୀପାଟଣା ଅଭିମୁଖେ ମଶାଲ ଯାତ୍ରା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆସନ୍ତା ଜାନୁଆରୀ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ଠାରେ ଆୟୋଜିତ ହେବ ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା। ଏଥିପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମଶାଲ ଆସି ମଞ୍ଚରେ ସ୍ଥାପନ ହେବ, ଏହାପରେ ଆରମ୍ଭ ହେବ କଳାହାଣ୍ଡି ଉତ୍ସବ। ସେହି କ୍ରମରେ ମଦନପୁର ରାମପୁର ବ୍ଲକର ଉର୍ଲାଦାନୀ ସ୍ଥିତ ସହୀଦ ରେଣ୍ଡୋ ମାଝୀ ପୀଠ ଏବଂ ମ.ରାମପୁର ରାଜବାଟୀ ସ୍ଥିତ ଡୋକରୀ ମନ୍ଦିରରୁ ବାହାରିଛି ମଶାଲ ଯାତ୍ରା। ଏହା ୧୪ ତାରିଖ ଦିନ ଭବାନିପାଟଣାରେ ପହଞ୍ଚିବ ବୋଲି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ  ବୁଦ୍ଧେନ୍ଦ୍ର ପ୍ରତାପ ସିଂଦେଓ, ସତ୍ୟ ସାହୁ, ଉଦ୍ଧବ ପଣ୍ଡାଙ୍କ ସମେତ ମ.ରାମପୁର ବ୍ଲକ ପ୍ରସାଶନ ପକ୍ଷରୁ ଉର୍ଲାଦାନୀ ପିଆଇଓ ରମାକାନ୍ତ ସାହୁ ଓ ରାମପୁର ପିଇଓ ହେମନନ୍ଦ ନାଏକ ଉପସ୍ଥିତ ରହିଥିଲେ। ଉକ୍ତ ମଶାଲ ଯାତ୍ରାକୁ ମୋ ଭାରତ କଳାହାଣ୍ଡି ନେତୃତ୍ୱ କରୁଥିବା ବେଳେ ମଶାଲ ଶୋଭାଯାତ୍ରାକୁ ବିଭିନ୍ନ ପଞ୍ଚାୟତ ଠାରେ ସ୍ୱାଗତ କରାଯାଉଛି। ଏହି ମଶାଲ ଶୋଭାଯାତ୍ରାଟିକୁ ସ୍ବେଛାସେବୀ ସନତ କୁମାର ସାହୁ ଓ ଅନିଲ ପାରାସେଟ ପରିଚାଳନା କରୁଥିବାବେଳେ ଠାକୁର ସାହୁ, ମଣ୍ଟୁ ପରାସେଠ, ସମୀର ନାଏକ, ଦୁର୍ଯ୍ୟୋଧନ ହରିଜନ, ସୁଦର୍ଶନ ମାଝୀ, ପ୍ରାଦୁମ୍ନ ମାଝୀ, ପ୍ରମୋଦ ହରିଜନ, ନିରାକାର ହରିଜନ, ପୁଷ୍ପେନ୍ଦ୍ର ନାଏକ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.