ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ନିଷାମୁକ୍ତ ଭାରତ ଅଭିଯାନ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ସ୍ଥାନୀୟ ବ୍ରହ୍ମକୁମାରୀ ସଂସ୍ଥା ଦ୍ୱାରା ବି.କେ. ରାଜିବ ଏହି ଅଭିଯାନର ମୁଖ୍ୟ ପ୍ରବକ୍ତା ଭାବେ ନିମନ୍ତ୍ରୀତ ହୋଇଥିଲେ ଏବଂ ନିଷାମୁକ୍ତି ଅଭିଯାନ ରଥ ମାଧ୍ୟମରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲେ। ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ସହ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ଏକ ନିଷାମୁକ୍ତ ସମାଜ ଓ ଭାରତ ଗଠନର ଆବଶ୍ୟକତା ରହିଥିବା କହିଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ଏହାର ସଂଯୋଜନା କରିଥିଲେ। ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ, ସୁଶାନ୍ତ କୁମାର ଦାଶ, ଫାଲଗୁନୀ ପ୍ରଧାନୀ, ପୁରୀତ ରଣା, ମିନୀକେତନ ସାହୁ, ମିକୁ ମିକ୍ସ ନିଆଲ, ମନ୍ଦାକିନୀ ପ୍ରଧାନ, ଅନୁକୁଲ ସାହାଣି ଆଦି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅନେକ ଛାତ୍ରଛାତ୍ରୀ ଓ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ସଫଳତାର ସହ ଭାଗନେଇଥିଲେ।





