ଏଡିଇଓ ତପିମଣି ଜାନୀଙ୍କୁ ସରିଆଁ କ୍ଲଷ୍ଟର ପକ୍ଷରୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ କଳାହାଣ୍ଡି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଏଡିଇଓ) ଭାବେ ପଦୋନ୍ନତି ପାଇଥିବାରୁ ତାଙ୍କୁ ସରିଆଁ କ୍ଲଷ୍ଟର ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

କ୍ଲଷ୍ଟରର ସମସ୍ତ ଏଲିମେଣ୍ଟାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ତେଲ, ଉତେଇ ଓ ସାନ୍ଦୁଲ ନଦୀର ସଙ୍ଗମ, ଐତିହାସିକସ୍ଥଳୀ ତଥା ପ୍ରାଚୀନ ଶୈବପୀଠ ବେଲଖଣ୍ଡିଠାରେ ଏକ ନିଆରା ନବବର୍ଷ ବନ୍ଧୁମିଳନ ପର୍ବ ଆୟୋଜନ କରାଯାଇଥିଲା।

ଏହି ଅବସରରେ ଶ୍ରୀ ଜାନୀ ଓ ତାଙ୍କ ସହଧର୍ମିଣୀ ଗୀତାଞ୍ଜଳି ଭୋଇଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ, ମାନପତ୍ର ଓ ପ୍ରୀତି ଉପହାର ସହ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏଥିରେ ଅତିଥି ଭାବେ ନର୍ଲା ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ ଯୋଗ ଦେଇଥିବା ବେଳେ ଶିକ୍ଷୟିତ୍ରୀ ମମତା ସାହୁ ଓ ଶିକ୍ଷକ କୁବେର ସାହୁ କଣ୍ଠସଂଗୀତ ପରିବେଷଣ କରିଥିଲେ।

ନର୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଅମିତ କୁମାର ଶର୍ମା, ସରିଆଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଙ୍କଧର ସାହା, ଶିକ୍ଷକ ବାବୁ ପାଢ଼ୀ, ବାସୁଦେବ ବାଗ, କିଶୋର ଚନ୍ଦ୍ର ତ୍ରିପାଠୀ, ବଳଭଦ୍ର ହରିଜନ, ଧର୍ମେନ୍ଦ୍ର ଛତ୍ରିଆ ଓ ଶିକ୍ଷୟିତ୍ରୀ ମଞ୍ଜୁଲତା ମୁର୍ମୁ, ଚିଆଁପଦର ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ସେଠୀ ଓ ଶିକ୍ଷୟିତ୍ରୀ କାଜଲ ପ୍ରିୟଦର୍ଶିନୀ, ଅର୍ଜୁନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋକୁଳ ସାହୁ ଓ ଶିକ୍ଷୟିତ୍ରୀ ହିମାଦ୍ରୀ ଭୋଇ, ଟୋଳବ୍ରାହ୍ମଣୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲମ୍ବୋଦର ବେହେରା, ଗୋଖରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୁକଦେବ ସାହା, ସୁଜିପଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୃତାଞ୍ଜଳ ସାହୁ ଓ ଶିକ୍ଷକ ଧର୍ମେନ୍ଦ୍ର ମାଝୀ, ଦେଣ୍ଡୋଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିଲୀପ ପଧାନ, ସାନଗୁଣ୍ଡୁରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପାଳ ଭୋଇ, ସାନଗୁଣ୍ଡୁରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଡୋଳା ମୁର୍ମୁ, ଫତକାବାହାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ସାହୁ ଓ ଶିକ୍ଷକ ଦୁର୍ଗାମାଧବ ତ୍ରିପାଠୀ, ନୂଆପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବରାଜ ପଧାନ, ଡଙ୍ଗରଗୁଣ୍ଡୁରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭଗବାନ ମାଝୀ ଓ ଶିକ୍ଷକ ପ୍ରମୋଦ କୁମାର ସାହୁ, ମହୁଲପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚନ୍ଦ୍ରମଣି ନାଗ ଓ ଶିକ୍ଷୟିତ୍ରୀ ସାଗରିକା ରାଉତ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ।

ଯୁବ ଲେଖକ ତଥା ଶିକ୍ଷକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜିତେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.