ଚଢେଇଙ୍କ ପାଇଁ ଖାଦ୍ୟ ଓ ପାଣିର ବ୍ୟବସ୍ଥା କଲେ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡୁମେରବାହାଲ ଅନୁକୁଲ୍ୟରେ ଗ୍ରାମର ବିଭିନ୍ନ ସ୍ଥାନରେ ପକ୍ଷୀ ମାନଙ୍କ ପାଇଁ ଚଢ଼େଇ ବସା, ଖାଦ୍ୟ ଓ ପାଣିର ବ୍ୟବସ୍ଥା କରାଯାଇଅଛି ଯାହାଦ୍ଵାରା ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଚଢେଇ ମାନେ ଶୀତଳ ଅନୁଭବ କରିପାରିବେ। ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ବହିଦାରଙ୍କ ସମେତ ସହକାରୀ ଶିକ୍ଷକ ଲୋଟସ ତ୍ରିପାଠୀ, ବିନୋଦ ବିହାରୀ ବିଶି, ଶୁଭଶ୍ରୀ ମାଝୀ, ଭବାନୀଶଙ୍କର ସଂସ୍କୃତିକ ଅନୁଷ୍ଠାନର ସଦସ୍ୟ ଅସୀମ ଭୋଇ ଏବଂ ଉକ୍ତ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.