ନର୍ଲା ବ୍ଲକ ପ୍ରଶାସନ ପକ୍ଷରୁ ୨୮ତମ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ “ଘୁମୁରା” ମଶାଲକୁ ସ୍ୱାଗତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଉତ୍ସବ ଘୁମୁରା- ୨୦୨୬ ପାଇଁ ଭବାନୀପାଟଣା ଅଭିମୁଖେ ମ.ରାମପୁର ଉର୍ଲାଦାନୀ ସହିଦ ରେଣ୍ଡୋମାଝୀ ପୀଠ ଓ ରାଜ ଦରବାର ମା ଡୋକୁରୀ ଦେବୀଙ୍କ ପିଠରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି। ଏହା ଆସନ୍ତା ୧୪ ତାରିଖ ଦିନ ଭବାନୀପାଟଣା ପହଞ୍ଚିବା ନେଇ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ “ଘୁମୁରା-୨୦୨୬” ମଶାଲକୁ ନର୍ଲା ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ଗୋଷ୍ଠି ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପଙ୍କ ନେତୃତ୍ୱରେ ଏବିଡିଓ ଦେବେନ୍ଦ୍ର କୁମାର ସାମଲ, ବିପିସି ଭୋଳାନାଥ ଦାଶ, ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ଏସଆରଏ ନିରଞ୍ଜନ ରାଉତ, ଜିଆରଏସ ବଳରାମ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ କରିଥିଲେ। ଉକ୍ତ ମଶାଲ ଯାତ୍ରା ମୋ ଭାରତ କଳାହାଣ୍ଡି ନେତୃତ୍ୱରେ ହେଉଥିବା ବେଳେ ମଶାଲକୁ ବିଭିନ୍ନ ପଞ୍ଚାୟତ ଠାରେ ମଧ୍ୟ ସ୍ୱାଗତ କରା ଯାଇଥିଲା। ଏହି ମଶାଲ ଶୋଭାଯାତ୍ରାକୁ ସ୍ବେଛାସେବୀ ସନତ କୁମାର ସାହୁ ଓ ଅନିଲ ପାରାସେଟ ପରିଚାଳନା କରୁଥିବାବେଳେ ଠାକୁର ସାହୁ, ମଣ୍ଟୁ ପରାସେଠ, ସମୀର ନାଏକ, ଦୁର୍ଯ୍ୟୋଧନ ହରିଜନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.