ରେଗେଡା ହାଇସ୍କୁଲରେ ୧୨ତମ ବ୍ଲକ ସ୍ତରୀୟ ଶିକ୍ଷକ ଓ କର୍ମଚାରୀଙ୍କ ବନ୍ଧୁମିଳନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ ରେଗେଡା ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ଠାରେ ଦ୍ଵାଦଶତମ ବ୍ଲକ ସ୍ତରୀୟ ଶିକ୍ଷକ ଓ କର୍ମଚାରୀଙ୍କ ବନ୍ଧୁମିଳନ-୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମକୁ ରେଗଡ଼ା ହାଇସ୍କୁଲ ଆୟୋଜିତ କରିଥିବା ବେଳେ ଏଥିରେ କର୍ଲାମୁଣ୍ଡା ବ୍ଲକର ବାପୁଜୀ ହାଇସ୍କୁଲ ରିଷିଡ଼ା, ସରକାରୀ ହାଇସ୍କୁଲ୍ ରିଷିଡ଼ା, ପୁରୁଷୋତ୍ତମ ହାଇସ୍କୁଲ ଗଜବାହାଲ, ଏମପି ବିଦ୍ୟାପୀଠ ଯୋରାଡବରା, ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲ କର୍ଲାମୁଣ୍ଡା, ବିଆର ଆମ୍ବେଦକର ହାଇସ୍କୁଲ ପୌରକେଲା, ବିକେ ହାଇସ୍କୁଲ ଭଟାପଲା, ଗ୍ରାମ ପଞ୍ଚାୟତ ହାଇସ୍କୁଲ ରିଂଜା, ପିୟୁବି ରେଗଡ଼ା ହାଇସ୍କୁଲ, ୟୁଜି ହାଇସ୍କୁଲ ସାପଲହରା, ୟୁଜି ହାଇସ୍କୁଲ ବାଞ୍ଜିପଦର୍, ୟୁଜି ଏସ. ମାଲପଡ଼ା, ତେରେସିଙ୍ଗା ହାଇସ୍କୁଲର ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରି ଯୋଗ ଦେଇଥିଲେ। କର୍ଲାମୁଣ୍ଡା ବ୍ଲକ ମାଧ୍ୟମିକ ଶିକ୍ଷକ ସଂଘ ଓ କର୍ମଚାରୀ ସମନ୍ନୟ ସମିତି ସଭାପତି ଗରୁଡଧ୍ବଜ ଗହୀର ଓ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରାଉତ ଏଥିରେ ଯୋଗଦେଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ସମସ୍ତ ବିଦ୍ୟାଳୟର ସୁବିଧା ଅସୁବିଧା ବିଷୟରେ ଆଲୋଚନା ହେବା ସହ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ତେବେ ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ଓ ପୂର୍ବ ବର୍ଷ-୨୦୨୫ ରେ ଅବସର ନେଇଥିବା ସମସ୍ତ ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀ ଓ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା, ଯୋଗ ଦେଇଥିବା ନୂତନ ଶିକ୍ଷକ ଓ କର୍ମଚାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା, ବ୍ଲକ୍ ର ମେଧାବୀ ଛାତ୍ର/ଛାତ୍ରୀ ସୃଷ୍ଟି କରିବା ଓ ଉତ୍ସାହିତ କରିବା ଆଦି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଆୟୋଜକ ରେଗେଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶୈଳେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି। ରେଗେଡା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଲଲିତ ମୋହନ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.