ସାଧୁବଟ ଆବାସିକ ବିଦ୍ୟାମନ୍ଦିର ଗୁରୁକୁଳର ପଞ୍ଚଦଶ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ନିଶ୍ଚିନ୍ତକୋଇଲି (ଜଗନ୍ନାଥ ଆଚାର୍ଯ୍ୟ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଶୀର୍ଲୋ ବ୍ରାହ୍ମଣଖଣ୍ଡ ଠାରେ ଥିବା ସାଧୁବଟ ଆବାସିକ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦର୍ଶନ ବିଦ୍ୟାର୍ଥୀ କବିନ୍ଦ୍ର କୁମାର ମହାରାଜ, ମୁଖ୍ୟ ବକ୍ତା ଭାବେ ବିଶ୍ୱନାଥ ଦାସ ମହାରାଜ (ମହନ୍ତ ସିଦ୍ଧଗିରି ମଠ) ସଂମ୍ମାନିତ ଅତିଥି ପରମାନନ୍ଦ ମହାରାଜ ଓ ସଭାପତି ଅଜିତ କୁମାର ମହାପତ୍ର, ସମ୍ପାଦକ ସୁଧାକର ମାଦେଲି, ପ୍ରଧାନ ଶିକ୍ଷକ ଦେବାଶିଷ ରାୟ ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ପ୍ରକାଶ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି କବିନ୍ଦ୍ର ମହାରାଜ ପିଲାମାନଙ୍କୁ କହିଥିଲେ ‘ଭଲ କର୍ମ କଲେ ଭଲ ମଣିଷ ହେବା ଆଉ ଅଭିଭାବକ ମାନେ ଚାହିଁଲେ ପିଲା ମଣିଷ ପରି ମଣିଷ ଟିଏ ହେବ’। ମୁଖ୍ୟ ବକ୍ତା ବିଶ୍ୱନାଥ ମହାରାଜ କହିଲେ – ପିଲାମାନେ ଏଠି ଯାହା ସଂସ୍କାର ପାଇଲେ ସେ କେବେ ତାଙ୍କ ପିତା ମାତାକୁ ବୃଦ୍ଧା ଶ୍ରମକୁ ଛାଡିବନି। ୨୦୨୪- ୨୫ ବ୍ଲକ ସ୍ତରୀୟରେ ଆଦିତ୍ୟ କୁମାର ସାହୁ ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପାଇଥିବାରୁ ତାଙ୍କୁ ଅର୍ଥ ରାଶି ସହ ପୁରସ୍କାର କରାଯାଇଥିଲା। ପରିଶେଷରେ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ବିଜେତାମାନଙ୍କୁ ମୁଖ୍ୟ ଅତିଥି ମାନେ ପୁରସ୍କୃତ କରିଥିଲେ, ଏବଂ ଅତିଥି ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ଶେଷରେ କୁନି କୁନି ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷିକା ଗଣ ପ୍ରଭାକର ବାରିକ, ରାଜେଶ କୁମାର ପ୍ରଧାନ, ଅଜୟ କୁମାର ବାରିକ, ମମତା ପଟ୍ଟନାୟକ, ଲିପ୍ସା ମଣ୍ଡଳ, ସୁଲୋଚନା ବେହେରା, ସବିତା ସାହୁ ପ୍ରମୁଖ ସହଯୋଗ କରିଥିଲେ।ପରିଶେଷରେ ଶିକ୍ଷକ ହିମାଂଶୁ ଶେଖର ବେହେରା ଧନ୍ୟବଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.