ବାଲୁଗାଁ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ଡଃ ମୋନାଲିସା ମାନସିଂହଙ୍କ ସଂଯୋଜନାରେ ଅନୁଷ୍ଠିତ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଯୁକ୍ତଦୁଇ ଅଧ୍ୟକ୍ଷ ଶ୍ରୀ ସୁବାସ ଚନ୍ଦ୍ର ଶ୍ରୀଚ଼ନ୍ଦନ, ପ୍ରଶାସନିକ ଅଧିକାରୀ ଡ଼ଃ କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପିକା ଶ୍ରୀମତୀ ମନସ୍ବିନୀ ପଟ୍ଟନାୟକ, ଶ୍ରୀମତୀ ରୀନା ରାଉତ, ଶ୍ରୀମତୀ ଝରଣା ନାଥ, ଶ୍ରୀମତୀ ତପସ୍ଵିନୀ ନନ୍ଦ,ଶ୍ରୀମତୀ ସ୍ନିଗ୍ଧାରାଣୀ ମୁଦୁଲି ପ୍ରମୁଖ ଯୋଗଦେଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରର ଛାତ୍ରୀ ମାନେ ଆତ୍ମରକ୍ଷା କୌଶଳ ଶିଖିବାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଉକ୍ତ ପ୍ରଶିକ୍ଷଣ ଶିବିର ଆଠ ଦିନ ଧରି ଚ଼ାଲୁ ରହିବ। ଏହି ପ୍ରଶିକ୍ଷଣ ଶିବିରରେ ଯୁକ୍ତ ତିନିର ଏକ ଶହ ଶତ ଚ଼ାଲିଶ ଜଣ ଛାତ୍ରୀ ତିନୋଟି ଗ୍ରୁପରେ ପ୍ରଶିକ୍ଷଣ ନେଉଥିବା ସ୍ଥଳେ ମାଷ୍ଟର ଟ୍ରେନର ଭାବେ ଦୀପଶିଖା ସାମନ୍ତରାୟ, ସଲୋନୀ ପାତ୍ର, ନୀଳମ ସାହୁ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.