ବଲାଙ୍ଗୀର ଜିଲ୍ଲା ଏକ୍ସ କ୍ୟାଡର ପ୍ରାଥମିକ ଶିକ୍ଷକ ସଂଘର ୨୫ ବର୍ଷ ପୂର୍ତ୍ତି ଅବସରରେ ବନ୍ଧୁମିଳନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ପବିତ୍ର ଶୈବ ପୀଠ ହରିଶଙ୍କର ଠାରେ ବଲାଙ୍ଗୀର ଜିଲ୍ଲା ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡର) ସଂଘର ସଭାପତି ତଥା ରାଜ୍ୟ ସଭାପତି ଜୟନ୍ତି ଲାଳ ସାହୁଙ୍କ ସଭାପତିତ୍ୱରେ ସଂଘର ୨୫ ବର୍ଷ ପୂର୍ତ୍ତି ଅବସରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହାସଂଘର କର୍ମକର୍ତ୍ତା ତଥା ରାଜ୍ୟ କାର୍ଯ୍ୟକାରୀ ସଭାପତି ଅଲେଖ ସାହୁ, ସାଧାରଣ ସମ୍ପାଦକ ହାନେସ୍‌ ପାତ୍ର ବାଘ, ଉପସଭାପତି ସପ୍ତମ ବେହେରା, ସୁବ୍ରତ ଦଣ୍ଡସେନା, ରାଜୀବ ଲୋଚନ ପ୍ରଧାନ, ରାଜେନ୍ଦ୍ର ପ୍ରସେଟ୍‌, ସାଙ୍ଗଠନିକ ସମ୍ପାଦକ କୈଳାସ ବିଶି, ମିଡ଼ିଆ ସଂଯୋଜକ ରଞ୍ଜୁ ଅମାତ, ଉମେଶ ଭୋଇ, ଜିଲ୍ଲା ସମ୍ପାଦକ ଉକଲୁ ସା, କାର୍ଯ୍ୟକାରୀ ସଭାପତି ଅରୁଣ ତ୍ରିପାଠୀ, ନରହରି ସାହୁ, କୋଷାଧ୍ୟକ୍ଷ ବ୍ୟାସଦେବ ମିଶ୍ର, କାର୍ଯ୍ୟକାରୀ କମିଟି ସଭ୍ୟ କୁଞ୍ଜବିହାରୀ ସାହୁ, ଗୋବର୍ଧନ ନାଗ, ତ୍ରିନାଥ ରଣା, ଧର୍ମୁ ହଂସ ପ୍ରମୁଖ ସମେତ ୧୪ଟି ବ୍ଲକର ବ୍ଲକ କର୍ମକର୍ତ୍ତା ଓ ବିଭିନ୍ନ ଜିଲ୍ଲାର ବ୍ଲକ କର୍ମକର୍ତ୍ତା ଏବଂ ଜିଲ୍ଲା କର୍ମକର୍ତ୍ତା ଯୋଗଦାନ କରିଥିଲେ। 

ଏହି ଅବସରରେ ଖପ୍ରାଖୋଲ ବ୍ଲକ ଓ ଆଗଲପୁର ବ୍ଲକର ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ ମିଶ୍ର, ସୁଭଦ୍ରା ଭୋଇ ଏବଂ ଆଗଲପୁର ବ୍ଲକର ଭାଗୀରଥି ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। 

ଓଡ଼ିଶାରେ କାର୍ଯ୍ୟରତ ୧୮,୦୦୦ ଏକ୍ସ କ୍ୟାଡର ଶିକ୍ଷକମାନଙ୍କୁ କ୍ୟାଡରଭୁକ୍ତ କରିବା ପାଇଁ ଉପସ୍ଥିତ ସମସ୍ତ ଜିଲ୍ଲାର ସଭାପତି ଓ କର୍ମକର୍ତ୍ତାମାନେ ଦାବି ଉପସ୍ଥାପନ କରିଥିଲେ। 

ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଖପ୍ରାଖୋଲ ବ୍ଲକ ସଭାପତି ମୋତିଲାଲ ତାଣ୍ଡି ଓ ବଙ୍ଗୋମୁଣ୍ଡା ବ୍ଲକର କର୍ମକର୍ତ୍ତାମାନେ ଆୟୋଜନ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.