ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇଛି ଜିଲ୍ଲା ସ୍ତରୀୟ ପ୍ରଜ୍ଞା ଓ ଯଶୋ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ। ନର୍ଲାର ଅଗ୍ରଣୀ ଅନୁଷ୍ଠାନ ଏସ୍କନ କ୍ଲବ ଆନୁକୂଲ୍ୟରେ ଚାଲୁଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ନର୍ଲା ସମେତ କଣ୍ଟାବାଞ୍ଜି, ଧର୍ମଗଡ, ଟିଟିଲାଗଡ, ଲାଞ୍ଜିଗଡ, ଜୁନାଗଡ଼, ଚିଚର୍ଲା ଓ ବଗାଡ ଏହି ୮ ଗୋଟି ଫୁଟବଲ ଦଳ ଅଂଶ ଗ୍ରହଣ କରିଛନ୍ତି। କ୍ରୀଡାବିତ ପ୍ରଜ୍ଞା ନାଏକ ଓ ଯଶୋବନ୍ତ ପୂଜାରୀଙ୍କ ସ୍ମୃତିରେ ଆୟୋଜିତ ହୋଇଛି ଏହି ଟୁର୍ଣ୍ଣାମେଣ୍ଟ। ଅତିଥି ବୃନ୍ଦ ସ୍ବର୍ଗତ ପ୍ରଜ୍ଞା ଓ ଯଶୋବନ୍ତଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଦେବାପରେ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା କଣ୍ଟାବାଞ୍ଜି ଓ ଆୟୋଜକ ନର୍ଲା ମଧ୍ୟରେ ଉଦ୍ଘାଟନୀ ମ୍ୟାଚ। ଏଥିରେ ମୁଖ୍ୟ ଅତିଥି ଭାବରେ ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବି ଗୌଡିଆ ଯୋଗଦାନ କରି ଉଦଘାଟନୀ ଦିବସର କ୍ରୀଡା ପତାକା ଉତ୍ତୋଳନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ନର୍ଲା ସମିତି ସଦସ୍ୟ ସୁଦାମ ଝାଙ୍କର, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ଶିକ୍ଷାବିତ ତଥା ପେଶିଫିକ ସ୍କୁଲର ଅଧ୍ୟକ୍ଷ, କ୍ଲବ ର ପ୍ରତିଷ୍ଠାତା ସମ୍ପାଦକ ତଥା ପ୍ରଜ୍ଞା ଙ୍କ ବଡ଼ଭାଇ ପ୍ରଶାନ୍ତ ନାୟକ, ଯୁବ ନେତୃତ୍ଵ ଦୀପୁ ପାତ୍ର, ବରିଷ୍ଠ ନାଗରିକ ମନ୍ମଥ ପୂଝାରୀ, ଉଗ୍ରସେନ ଗୌଡ ପ୍ରମୁଖ ମଞ୍ଚାସୀନ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ରେଫରୀ ଭାବରେ ନବୀନ କୁମାର ନାଏକ, ସୁରେଶ ନାଏକ, ସନ୍ତୋଷାନନ୍ଦ ନାଏକ, ଶ୍ରବଣ କୁମାର ବାଗ ଓ ମ୍ୟାଚ କମିଶନର ଭାବରେ ନାରାୟଣ ପଧାନ ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ। କଣ୍ଟାବାଞ୍ଜି ଓ ନର୍ଲା ଦଳ ମଧ୍ୟରେ ଚିତ୍ତାକର୍ଷକ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଦର୍ଶକ ଭରି ରହିଥିଲେ ନର୍ଲା ମିନି ଷ୍ଟାଡିୟମ ଚତୁପାର୍ଶ୍ୱରେ। ଦୁଇ ଦଳଙ୍କୁ ଚିଅରଅଫରେ ଷ୍ଟାଡିୟମ ଗୁଞ୍ଜରି ଉଠିଥିଲା। ହେଲେ ଖେଳ ଶେଷ ସୁଦ୍ଧା କେହି କାହାରିକୁ ଗୋଲ ଦେଇପାରି ନଥିଲେ। ଶେଷରେ ଟ୍ରାଇବ୍ରେକର ଯୋଗେ କଣ୍ଟାବାଞ୍ଜି ଦଳ ୪-୩ ଗୋଲ ରେ ବିଜୟୀ ହୋଇଥିଲେ। ଏସ୍କନ କ୍ଲବ ର ପ୍ରତିଷ୍ଠାତା ଉପ ସଭାପତି ତପନ କୁମାର ଭୋଇ ଧାରା ବିବରଣୀ ପ୍ରଦାନ କରିଥିଲେ। ଆୟୋଜକ ଏସ୍କନ କ୍ଲବର ସମ୍ପାଦକ ସୁମନ୍ତ ପୂଜାରୀ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିବା ବେଳେ ଦୀପୁ ପାତ୍ର, ବଣ୍ଟୁ ଚାନ୍ଦ, ପିଣ୍ଟୁ ନାଗ, କିଶୋର ମାଝୀ, ତ୍ରୀଲୋଚନ ଗଉଡ଼, ପ୍ରଦୀପ ସାହାଣୀ, କୁଲୁ ଚାନ୍ଦ, ଲକ୍ଷ୍ମଣ ମାଝୀ, ପୂର୍ଣ୍ଣ ପୂଝାରୀ, ବବଲୁ ନାଗ, ମିଲୁ ସେଠୀ, ସୁଧିର ରାଉତ, ପ୍ରିତି ସା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।





