ଅଗ୍ନିଭୈରବ ନାଟ୍ୟକଳା ସଂଘ ବଲବସପୁରର ଶପଥ ଗ୍ରହଣ ସମାରୋହ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବଲବସପୁର ଗ୍ରାମରେ ପୁନର୍ଗଠିତ ଅଗ୍ନିଭୈରବ ନାଟ୍ୟକଳା ସଂଘର ନୂତନ କର୍ମକର୍ତ୍ତା ମାନଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ୨ବର୍ଷ ପାଇଁ ଦାୟିତ୍ୱ ନେଇଥିବା ୨୧ ଜଣିଆ ଏହି କମିଟିରେ ସଭାପତି ଭାବରେ ଦିଲ୍ଲୀପ ସା, ଉପ ସଭାପତି ମକୁନ୍ଦ ଭୋଇ ଓ କୈଳାସ ସା,ସମ୍ପାଦକ ଭବାନୀଶଙ୍କର ବାରିକ ଯୁଗ୍ମସମ୍ପାଦକ ସ୍ୱାଧୀନ ଭୋଇ ଓ ମୀନକେତନ ତାଣ୍ଡି,ସଂଯୋଜକ ପ୍ରେମାନନ୍ଦ ବିଶ୍ୱାଳ,ଆବାହକ ଗୋବିନ୍ଦ ବ୍ରହ୍ମା,ମ୍ୟାନେଜର ପ୍ରଦୀପ ପଧାନ,ମିଡ଼ିଆ ସେଲ ସଂଯୋଜକ ବିଜୟ ଗଡତିଆ ପଦମର୍ଯ୍ୟାଦାର ଶପଥ ଗ୍ରହଣ କରିଥିବା ବେଳେ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ହେମନ୍ତ ସାହୁ,ପ୍ରକାଶ ଦୀପ, କୈଳାସ ପଧାନ,ତୁଳସୀରାମ ଗୌଡ଼,ତପନ ବିଶ୍ୱାଳ,ପଟେଥ ଭୋଇ,ଅଜିତ ପଧାନ,ସୁମନ୍ତ ବିଶ୍ୱାଳ,ହିମାଂଶୁ ସେଠ ଓ ରାଜା ସୁନା ଶପଥ ନେଇଥିଲେ। ଏହାବାଦ ଅନୁଷ୍ଠାନର ମାର୍ଗଦର୍ଶନ ପାଇଁ ଗଠିତ ୭ ଜଣିଆ ଉପଦେଷ୍ଟା କମିଟିରେ ସର୍ବଶ୍ରୀ ପୁରାଣ ସେଠୀ,ବୁଦ୍ଧଦେବ ପୋଢ଼,ଜୟକୃଷ୍ଣ ପଧାନ,ରଞ୍ଜନ ତ୍ରିପାଠୀ,ତନୁ ଗୌଡ଼, ସମାଜସେବୀ ସୁମିତ ଅଗ୍ରୱାଲ ଓ ବରିଷ୍ଠ ସଂଗଠକ ଦୀନେଶ ଅଗ୍ରୱାଲ ରହିଛନ୍ତି। ଗ୍ରାମସ୍ଥିତ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ଵର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ସଭାରେ ବରିଷ୍ଠ ସଦସ୍ୟ ଶ୍ରୀ ଲକ୍ଷ୍ମଣ ସେଠୀ ସମସ୍ତଙ୍କୁ ଶପଥ ପାଠ କରାଇଥିବା ବେଳେ ଗ୍ରାମର ବହୁ ବରିଷ୍ଠ କଳାକାର ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ଦୀର୍ଘବର୍ଷର ବ୍ୟବଧାନ ପରେ ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ଏ ଅଞ୍ଚଳରେ କଳା ଓ ସଂସ୍କୃତିର ବିକାଶରେ ବିଶେଷ ଯୋଗଦାନ ଦେଇଥିବା ଏହି ଅନୁଷ୍ଠାନର ପୁନଃରୁଦ୍ଧାର ହେବାସହ ତା. ୧୫/୧୧/୨୦୨୫ ରିଖରେ ନାଟକ ମଞ୍ଚାୟନ ଓ ୧ମ ବଲବସପୁର ମହୋତ୍ସବ ମହାସମାରୋହରେ ଆୟୋଜିତ ହୋଇ ସଫଳ ଓ ଉଚ୍ଚ ପ୍ରଶଂସିତ ହୋଇଥିଲା। ଆଗାମୀ ଦିନରେ ପଞ୍ଜିକରଣ ସହିତ ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନେବା ସୂଚନା ଦେବାସହିତ ସମସ୍ତ ଶୁଭେଛୁଙ୍କୁ ଧନ୍ୟବାଦ ଦେଇ ସହଯୋଗ ବଜାୟ ରଖିବାପାଇଁ ଅନୁରୋଧ କରିଛନ୍ତି ସଭାପତି ଦିଲ୍ଲୀପ ସା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.