ଘଣ୍ଟମାଳରେ ଚାଲିଛି ୨୪ ପ୍ରହର ନାମଯଜ୍ଞ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ଗ୍ରାମ ପଞ୍ଚାୟତରେ ଚାଲିଛି ୨୪ ପ୍ରହର ନାମଯଜ୍ଞ। ଏନେଇ ଗତ ଗୁରୁବାର ଅପରାହ୍ନ ୪ ଟା ବେଳେ ସ୍ଥାନୀୟ ଵିଵାହ ପୁଷ୍କରିଣୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯଜ୍ଞ ମଣ୍ଡପରେ କଳସ ସ୍ଥାପନ ପରେ ରାତିରେ ଅଧିବାସ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଘଣ୍ଟମାଳ ୨୪ ପ୍ରହର ନାମଯଜ୍ଞ କମିଟିର ସଭାପତି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଦାଇତ୍ୱ ନିର୍ବାହନ କରୁଥିବା ବେଳେ କାର୍ଯ୍ୟକାରୀ ସଭାପତି ଦାଇତ୍ୱରେ ରହିଛନ୍ତି ଘଣ୍ଟମାଳର ସରପଞ୍ଚ ଦେବେନ୍ଦ୍ର ସା। ସଂପାଦକ ଭାବରେ ନର୍ଲା ସମିତି ସଦସ୍ୟ ସଂଘର ସଭାପତି ତଥା ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର ଦାୟୀତ୍ବ ନିର୍ବାହନ କରୁଛନ୍ତି। ଗତ ବର୍ଷ ପ୍ରଥମ କରି ୧୬ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଦ୍ଵିତୀୟ ବର୍ଷ ରେ ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଛି। ନର୍ଲା ବ୍ଲକ ଅଞ୍ଚଳରେ ଘଣ୍ଟମାଳ ୨୪ ପ୍ରହର ନାମଯଜ୍ଞରେ ବହୁ ପ୍ରସିଦ୍ଧ ସଂକୀର୍ତ୍ତନ ମଣ୍ଡଳୀ ଓ ଗୁରୁ ମାନଙ୍କ ସମାଗମ ହୋଇଛି। ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାଗମ ହେଉଛି। ଅଖଣ୍ଡ ନାମ ଯଜ୍ଞ ସାଙ୍ଗକୁ ପ୍ରତ୍ୟହ ଏଠାରେ ମଧ୍ୟାହ୍ନ ଓ ରାତିରେ ଅନ୍ନଯଜ୍ଞ ଅନୁଷ୍ଠିତ ହେଉଛି।ନାମଯଜ୍ଞ ର କର୍ତ୍ତା ଭାବରେ ଶାନ୍ତିଲତା ପଧାନ ଓ ସୁଦାମ ପଧାନ ଦମ୍ପତି ଏବଂ ଜ୍ୟୋତ୍ସ୍ନା ଗୌଡ ଓ ଯୁଧିଷ୍ଠିର ଗୌଡ ଦମ୍ପତି ବର୍ଦ୍ଧନୀ କଳସ ମୁଣ୍ଡେଇ କଳସ ଯାତ୍ରା ର ସବା ଆଗରେ ଚାଲିଥିଲେ। ମୁଖ୍ୟ ପୂଜକ ଭାବରେ ପଣ୍ଡିତ ରଞ୍ଜିତ ପାଢୀ ଜପକ ଭାବରେ ଯେମନ୍ତ ଯୋଷୀ ସହଯୋଗୀ ଭାବରେ ଦେବଦତ୍ତ ମିଶ୍ର, ଦଧିବାମନ ପାଢୀ ଓ ସମ୍ବିତା ମହାପାତ୍ର ପୂଜନ କାର୍ଯ୍ୟ ନିର୍ବାହନ କରୁଛନ୍ତି। ଚଳିତ ବର୍ଷ ୨୪ ପ୍ରହର ନାମଯଜ୍ଞ ରେ ଆୟୋଜକ ଘଣ୍ଟମାଳ ମଣ୍ଡଳୀ ସମେତ ୧୧ ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ କୁ ନିମନ୍ତ୍ରଣ କରାଯାଇଥିବା ଜଣାପଡ଼ିଛି।ଏହି ନାମଯଜ୍ଞରେ ପ୍ରସିଦ୍ଧ ଦଳ ଓ ସଂକୀର୍ତ୍ତନ ଗୁରୁ ମାନଙ୍କ ମଧ୍ୟରେ ବରଗଡ ଜିଲ୍ଲା ରେମୁଣ୍ଡାର ଭାଗିରଥି ପଧାନ, କଳାହାଣ୍ଡି ଜିଲ୍ଲା ଟୁର୍ଚ୍ଚିର ସଞ୍ଜୟ ସାହୁ, ବଲାଙ୍ଗୀର ଧବଲପଡାର ଓମକାର ବିଶ୍ବାଳ, ତିନିଗୋଟି ମହିଳା ସଂକୀର୍ତ୍ତନ ମଣ୍ଡଳୀ, ବରଗଡ ଜିଲ୍ଲା ତାମିମୁଣ୍ଡାର ଭୋଲାନାଥ ବରିହା, ନବରଙ୍ଗପୁର ଜିଲ୍ଲା ପୁଝାରୀଗୁଡାର ଲଳିତା ସାହୁ ଏବଂ ଆୟୋଜକ ଘଣ୍ଟମାଳ ମନୋଜ କୁମାର ସା, ସେହିଭଳି ପ୍ରସିଦ୍ଧ ଗାୟକ ଓ ଗାୟିକା ମାନଙ୍କ ମଧ୍ୟରେ ଡୋଳାମଣି ମହାରଣା, ପ୍ରଭାତ ସାହୁ, ବୁଲୁ ଶତପଥି, ଶୈରେନ୍ଦ୍ରୀ ଜାଲ, ଭାନୁମତୀ ସେଠ, ଚୁମୁକି ବେହେରା, ଶ୍ରେୟା ମେହେର, କଲ୍ୟାଣୀ ମାଝୀ ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି। ସୋମବାର ଫେବ୍ରୁଆରୀ ୨ ସକାଳେ ଏହାର ପୂର୍ଣ୍ଣାହୁତି ପଡିବ। ଏହାର ସୁ ପରିଚାଳନା ପାଇଁ ବିଭିନ୍ନ ଉପକମିଟି ଗୁଡିକ କରଯାଇ ଶୃଙ୍ଖଳିତ ଭାବରେ ଚାଲିଛି ନାମଯଜ୍ଞ।ଉପ କମିଟି ଗୁଡ଼ିକରେ ବୈବସୁତ ପଧାନ, ମନୋଜ ସା, ଜଗୁଲାଲ ସା, ପ୍ରଶାନ୍ତ ସା, ବିକ୍ରମ ସା, ଗୌରାଙ୍ଗ ମାଝୀ, କୌଶିକ ଗୌଡ଼, ବାବୁଲା ଗୌଡ, ସୁବାଷ ସା, କୁଞ୍ଜବିହାରୀ ସା, ଧନୁର୍ଯ୍ୟ ଗହୀର, ଜୀବନ ମୁଣ୍ଡା, ମହେଶ ପଧାନ, ରତନ ବିଶ୍ବାଳ, ଉତ୍ତମ ନାଏକ ପ୍ରମୁଖ ଦାୟୀତ୍ୱରେ ଏହି ଯଜ୍ଞ ପରିଚାଳନାରେ ସହଯୋଗ କରୁଥିବା ଜଣାପଡ଼ିଛି। ଘଣ୍ଟମାଳ ଗ୍ରାମ ପଞ୍ଚାୟତର ଗାଁ ଗୁଡିକ କେଶପଲା, ବୁରାଟ, ଆଡରିଙ୍ଗ, ତିଲେଇମାଳ, ଇନ୍ଦ୍ରମାଳ ସମେତ ରାଣିପଟା, ଗାଡେବନ୍ଧ, ଖମନପଡା ପ୍ରଭୃତି ଗ୍ରାମର ଜନ ସାଧାରଣ ମଧ୍ୟ ଏହି ଯଜ୍ଞ ରେ ସାମିଲ ରହି ସହଯୋଗ କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଏଥିପାଇଁ ଅଞ୍ଚଳବାସୀ ଭକ୍ତବୃନ୍ଦ ଓ ଘଣ୍ଟମାଳ ଗ୍ରାମବାସୀଙ୍କ ଭରପୁର ସହଯୋଗ ଓ ସମର୍ଥନ ରହିଥିବା ମତବ୍ୟକ୍ତ କରିଛନ୍ତି ଘଣ୍ଟମାଳ ସରପଞ୍ଚ ତଥା ପରିଚାଳନା ସମିତିର କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ସା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.