ଗାଁ ସାଥି, ଏଡ଼ିଇଓଙ୍କୁ ପ୍ରଶାସନର ଅଭୟ ବରଦାନ
କାମ ନ ହୋଇ ଉଠିଛି ଟଙ୍କା
ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ ଗଁରେଇ ପଞ୍ଚାୟତରେ ମନରେଗାରେ ଦୁର୍ନୀତି ହୋଇଥିବା ନେଇ ଅସୁରମୁଣ୍ଡାବାସୀ ମୁରିବାହାଲ ବିଡିଓ ବାସନ୍ତୀ ସେଠୀଙ୍କୁ ଫେବ୍ରୁଆରୀ ୫ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଗ୍ରାମର ଗୋଟିଏ ପୋଖରୀ ଗୋଚରମୁଣ୍ଡା ଥିବାବେଳେ ମହୁ ଲମୁଣ୍ଡା, ଗୋଚର ମହାବନ୍ଧ ନାମ ପରିବର୍ତ୍ତନ କରି ପଞ୍ଚାୟତ ଫାଇଲରେ ଲକ୍ଷଲକ୍ଷ ଟଙ୍କା ମନରେଗା ଯୋଜନାରେ ଅନେକ କାମ ହୋଇଛି। କାମ ସରିଲା ପରେ ସୂଚନାଫଳକକୁ ଭାଙ୍ଗି ଦିଆଯାଇଛି। ମାଟି କାମ କରିନଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମାକରି, ଗାଁସାଥ୍ ଓ ସରପଞ୍ଚ, ପିଇଓ ମିଶି ଟଙ୍କା ହେରଫେର କରିଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ୨୦୨୨ରୁ ୨୦୨୬ ପର୍ଯ୍ୟନ୍ତ ପ୍ରାୟ ଷାଠିଏ ଲକ୍ଷରୁ ଊର୍ଦ୍ଧ ଟଙ୍କା ଗୋଟିଏ ପୋଖରୀରେ ନାମ ପରିବର୍ତ୍ତନ କରି କାମ ଚାଲିଥିବାବେଳେ ମନରେଗା ଯୋଜନାର ଅର୍ଥ ହେରଫେରରେ କିଏ ମାଷ୍ଟର ମାଇଣ୍ଡ ବୋଲି ଚର୍ଚ୍ଚା ହେଉଛି। ଏନେଇ ମୁରିବାହାଲ ବିଡିଓ ବାସନ୍ତୀ ସେଠୀ ଓ ଏଇ ଅବିନାଶ ମୋଦି ଘଟଣାସ୍ଥଳ ପରିଦର୍ଶନ ପୂର୍ବକ ତଦନ୍ତ କରିଥିବା ବେଳେ କିଛି ପଦକ୍ଷେପ ନିଆ ଯାଇଥିବା ଜଣାଯାଇଛି । ଯେଉଁ ସବୁ ଅନୁଦାନ ଆସୁଛି ତାହା କାଗଜପତ୍ରରେ ସରିଯାଉଛି ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ଏନେଇ ଉଚ୍ଚସ୍ତରୀୟ ତତନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି।




