ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ମୁରିବାହାଲ ବ୍ଳକ ଜାମପଦର ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କୁଞ୍ଜବିହାରୀ କୁଅଁରଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜାମପଦର ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ୟୁଧିଷ୍ଠିର ଗହୀରଙ୍କ ସଭାପତିତ୍ୱରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ, ମୂଖ୍ୟ ବକ୍ତା ଭାବେ ଶ୍ରାମନ୍ତ କୁମାର ନାୟକ ପ୍ରଧାନ ଶିକ୍ଷକ କର୍ଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସମ୍ମାନୀତ ଅତିଥି ଭୂବନେଶ୍ୱର ସେଲମା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲିଲୁ ପଧାନ, ସମାଜସେବୀ ରାଜକିଶୋର ଭୋଇ, ମାନୀନୀ ଭାଟି ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା, ସରଶଯ୍ୟା ବଗର୍ତ୍ତି ଓ୍ବାର୍ଡ ମେମ୍ବର ଓ ସମସ୍ତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ତଥା ଜାମପଦର ଗ୍ରାମର ଗ୍ରାମବାସୀ, ଭଦ୍ର ବ୍ୟକ୍ତି ଗିରେଶର ଭୋଇ, ରୁକୁଣୀ ବାଗ, ମାନସୀ ବାଗ, ସୁରେଶ ବାଗ, ଶ୍ରୀକାନ୍ତ ସେଲମା, ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ , ପିତା ମାତା ଉପସ୍ଥିତ ଥିଲେ । ଏହି ଅବସରରେ ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ରର ଶିକ୍ଷକ ଶ୍ରୀ ଅର୍ଜୁନ ଭୋଇ, ଶୁଶିଲ କୁମାର ଭୋଇ , ଋଷବ ଭୋଇ, କାହ୍ନୁ ଚରଣ ସେଠିଆ, ନନ୍ଦି କିଶୋର ଭୋଇ, ମହେନ୍ଦ୍ର କୁମାର ମାଝୀ, ଧର୍ମେନ୍ଦ୍ର ମାଝୀ, ଉଦୟ ଭାନୁ ସାହୁ, ନିମାନନ୍ଦ ଖମାରୀ, ସଂଜୟ କୁମାର ସାହୁ,ଶଶିଭୂଷଣ ବାଗ , ଶୁଭ ରାଜ ବଗର୍ତ୍ତି ଉପସ୍ଥିତ ଥିବାବେଳେ ଶିକ୍ଷୟିତ୍ରୀ ସବିତା ମାଝୀ, ସବିତା ପ୍ରଧାନୀ, ଆରତୀ ସିଂ ବରିହା, ନମୀତା ଯାନୀ, ଦିବ୍ୟ କାନ୍ତି ଭୋଇ ଅତିଥିମାନଙ୍କୁ ଫୁଲ ତୋଡା ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ ଓ ସହଯୋଗ କରିଥିଲେ ଉମେଶ ମାଝୀ, ଜଗମୋହନ ରାଉତ, ଜିତେନ୍ଦ୍ର କୁମାର ନାଗ । ମଞ୍ଚ ପରିଚାଳନା କରିଥିଲେ ଭୋଜରାଜ ପ୍ରଧାନ | ଅତିଥିମାନଙ୍କ ଅଭିଭାଷଣ ପରେ ବିଦାୟୀ ଶିକ୍ଷକ କୁଞ୍ଜବିହାରୀ କୁଅଁର ତାଙ୍କର ଦୀର୍ଘ ତିନି ଦଶନ୍ଧି ର ଅଙ୍ଗେ ନିଭାଇଥିବା କଥା ଅଭିବ୍ୟକ୍ତ କରିଥିଲେ। ଇତି ମଧ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଦାୟୀ ଶିକ୍ଷକ କୁଞ୍ଜବିହାରୀ କୁଅଁରଙ୍କୁ ପେନସନ ପତ୍ର ପ୍ରଦାନ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଜିତେନ୍ଦ୍ର ମାଝୀ ପ୍ରଧାନ ଶିକ୍ଷକ ଚଳକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।




