ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ସ୍ଥିତ ହରିହରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶୋଭାବନ ଛତରଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି। ଚମ୍ପାଦେଇପୁର କ୍ଳଷ୍ଟର ସଂଯୋଜକ ସୈାଭାଗ୍ୟ ରଞ୍ଜନ ସାହୁଙ୍କ ସଭାପତିତ୍ବରେ କ୍ଲଷ୍ଟର କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ
ଚମ୍ପାଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଦ୍ମଲୋଚନ ସୁନା, ବରିଷ୍ଠ ଶିକ୍ଷକ ଜି ଶଙ୍କର ଦାସ, ସୁଶାନ୍ତ ମହାରଣା, ଅଭିମନ୍ୟୁ ପାତ୍ର, କ୍ଷୀରସିନ୍ଧୁ ସାହୁ, ନିତ୍ୟାନନ୍ଦ ସାମଲ ପ୍ରମୁଖ ମଞ୍ଚାସିନ ଥିବାବେଳେ କାର୍ଯ୍ୟକ୍ରମକୁ ଶିକ୍ଷକ କାର୍ତ୍ତିକ ସେଠି ପରିଚାଳନା କରିଥିଲେ। କ୍ଳଷ୍ଟର ସ୍ତରର ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ଓ ସହ ଶିକ୍ଷକ ଶିକ୍ଷୟତ୍ରୀ, ଗ୍ରାମବାସୀ, ଛାତ୍ର ଛାତ୍ରୀ ଶ୍ରୀ ଛତରଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ଶ୍ରୀ ଛତରଙ୍କୁ ବିଶ୍ୱନାଥପୁର ସ୍ଥିତ ବାସଭବନକୁ ପାଛୋଟି ନେଇଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ରମେଶ ହରିଜନ, ହରିଶ୍ଚନ୍ଦ୍ର ପ୍ରଧାନ, ଗଣେଶ ଠେଲା, ବିଶିକେଶନ ଦୋରା, ଶିକ୍ଷୟିତ୍ରୀ ଲିଲାନ ପ୍ରଭା ରାଉତ ରୁନି ସାହୁ, ସାନିଆ ସେଖେର ବେହେରା, ସୁନିଲ ପ୍ରଧାନ, ଜୟଶ୍ରୀ ସ୍ୱାଇଁ, ପ୍ରତିମା ସୁନା ପ୍ରେମ ରାଜ, ନାୟକ ପ୍ରମୁଖ ସହଯୋଗ କରିଥିଲେ।




