ଓଡ଼ିଆ ବାର୍ତ୍ତା/ ଟିଟିଲାଗଡ: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଶୁର୍ଡ଼ା ଗ୍ରାମରେ ଷୋହଳ ପ୍ରହର ନାମ ଯଜ୍ଞ ପୂର୍ଣ୍ଣାହୁତି ସହ ସମାପନ ହୋଇଯାଇଛି। ଯଜ୍ଞରେ କର୍ତ୍ତା ଚନ୍ଦ୍ରମଣି ରଣା ଓ ତାଙ୍କ ଧର୍ମ ପତ୍ନୀ ଥିବା ବେଳେ ପୂଜକ ଭାବେ ସଦାନନ୍ଦ ଶତପଥୀ, ଜପକ ଭାବେ ସୁଭାଷ ଶତପଥୀ ଯୋଗଦେଇ ପ୍ରଭୁ ରାଧା କୃଷ୍ଣଙ୍କ ପୂଜାର୍ଚ୍ଚନା କରିଥିଲେ। ହଜାର ହଜାର ଭକ୍ତ ପ୍ରଭୁଙ୍କୁ ଦର୍ଶନ କରି ନାମ ଗାନ କରିଥିଲେ। ଶୂର୍ଡ଼ା ଗ୍ରାମର ସମସ୍ତ ଜଣ ସାଧାରଣ ସହଯୋଗ କରିଥିଲେ।




