କାନ୍ଦୁଲଝର ଅଣ୍ଡର୍-୨୦ ଟୁର୍ଣ୍ଣାମେଣ୍ଟ: ଲେତେର ଦଳକୁ ହରାଇ କାନ୍ଦୁଲଝର ବିଜୟୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅର୍ତଲ ପଞ୍ଚାୟତ ସ୍ଥିତ କାନ୍ଦୁଲଝର ଗ୍ରାମରେ ଅଣ୍ଡର୍-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏ‌ହି ଟୁର୍ଣ୍ଣାମେଣ୍ଟଟି ୨୭ ମାର୍ଚ୍ଚ ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ଉଦଯାପିତ ହୋଇଛି। ଏଥିରେ ୧୬ ଗୋଟି ଟିମ୍ ଭାଗ ନେଇଥିଲେ। ସେଥିମଧ୍ୟରୁ କାନ୍ଦୁଲଝର ଏବଂ ଲେତେର ମଧ୍ୟରେ ଫାଇନାଲ ଖେଳିଥିଲେ। ପ୍ରଥମେ ଲେତେର ଟସ୍ ଜିତି ବ୍ୟାଟିଂ କରି ୧୦୧ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ କାନ୍ଦୁଲଝର ୭ ୱିକେଟ ବିନିମୟରେ ନବମ ଓଭରରେ ୧୦୩ ରନ୍ କରି ବିଜୟ ହାସଲ କରିଥିଲେ। ପୁରସ୍କାର ବିବରଣ ଉତ୍ସବରେ ଅତିଥି ଭାବେ ପୂର୍ବତନ ସରପଞ୍ଚ ବିଶ୍ଵାମିତ୍ର କନ୍ଧପାଣି, ସମାଜସେବୀ ଚରଣ ନାୟକ, ପୂର୍ବତନ ଖେଳାଳୀ ଦେବିଲାଲ ଯୁଆଡ, ଲକ୍ଷ୍ମୀ ପଟେଲ, ଖିରବ୍ଧୀ ଯୁଆଡ୍, ଦୟା ବେମାଲ, ଝିକୁ ଜୁଆଡ୍ ସୁକା ବଛା, ଜିତେନ୍ଦ୍ର ନାୟକ,ବୁଟି ନାୟକ, ସମାଜସେବୀ ଗରୁଡ଼ ଯୁଆଡ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଓ ମ୍ୟାଚରେ ବିଜୟ ହାସଲ କରିଥିବା କାନ୍ଦୁଲଝର ଦଳକୁ ୧୪,୫୦୦/- ପୁରସ୍କାର ରାଶି ଓ ପରାଜିତ ହୋଇଥିବା ଲେତେର ଦଳକୁ ୭,୫୦୦/-ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟକୁ ମ୍ୟାଚକୁ ସୁନୀଲ ବନ୍ଧିଛୋର୍, ଓ ଯୁଗେଶ ନାଏକ ପରିଚାଳନା କରିଥିବାବେଳେ ହୃଷୀକେଶ ନାଏକ ଧାର ବିବରଣୀ ପ୍ରଦାନ କରିଥିଲେ। ନିଶିକାନ୍ତ ଜୁଆଡ ଓ ବବ୍ଲୁ ଜୁଆଡ ସ୍କୋର ବୋର୍ଡ ଦାଇତ୍ୱ ତୁଲାଉଥିଲେ। ଏଥିରେ ସମସ୍ତ ଯୁବକ ସହଯୋଗ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.