ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବଡ଼ଦ୍ୱାର ସାହି ବ୍ରିଜ ଛକ ଠାରେ ଏବିନେଜର ମିନିଷ୍ଟ୍ରି ଦ୍ୱାରା ଦୁଇ ଦିବସୀୟ ଆତ୍ମୀୟ ଉଦ୍ଧିପନା ସଭା ଉଦଯାପିତ ହୋଇଯାଇଛି | ଏଥିରେ ଦୁଇ ଦିନଧରୀ କଟକ ଠାରୁ ସୃତି ଆରାଧକ ଅମିତ ପାଣି ଓ ଜୟପୁର ଠାରୁ ବକ୍ତା ରମାକାନ୍ତ ପାଣି ଙ୍କ ସହ ଲିଭିଂ ୱେ ମିନିଷ୍ଟ୍ରି ରାଜ୍ୟ ସଂଯୋଜକ ପାଳକ ସୁବାସ ସିଂ, ନାରାୟଣପାଟଣା ରୁ ପାଷ୍ଟର ଦେବେନ୍ଦ୍ର ହିଆଲ, ମୂଷାନାଲ ରୁ ପାଷ୍ଟର କର୍ଣ୍ଣ ସେଠି, ରୋଘାଗୁଡ଼ା ମଣ୍ଡଳୀ ରୁ ପାଷ୍ଟର ପୃଥ୍ୱୀରାଜ, ଲାଞ୍ଜିଗଡ଼ରୁ ପାଷ୍ଟର ବିପିନ ବିହାରୀ ଜେନା, ପାଷ୍ଟର ଉପଯୁକ୍ତ ସିଂ, ପବିତ୍ର ଖରା, ଦୀପକ ଗୁରୁ, ସାଗରିକ ରାଉଳ, ପ୍ରସାଦ ପାଉଲଙ୍କ ସହ ଚାରିହଜାରରୁ ଉର୍ଦ୍ଧ ଈଶ୍ୱର ବିଶ୍ୱାସି ଉପସ୍ଥିତ ରହିଥିଲେ | ଏହି ଉଦ୍ଧିପନା ସଭାରେ ଗଜପତି ଜିଲ୍ଲା ଗୁମା ବ୍ଲକର ସଳିତ ଭୂଇଁୟା ଓ ଭୋଇପାଳ କାର୍ଜି ଙ୍କ ତତ୍ୱାବଧାନରେ ଗୁମା ବ୍ଲକ ତୁମେଲ ଗ୍ରାମର କର୍କଟ ରୋଗୀ ରମେଶ ଭୂଇଁୟା ଆରଗ୍ୟ ଲାଭ କରି ବାହୁଡ଼ି ଥିଲେ | ଏହି ପରିପେକ୍ଷୀରେ କଲ୍ୟାଣସିଂହପୁର ଅଞ୍ଚଳ ର ଧମୁଣିପୋଙ୍ଗା ସହ ଅଞ୍ଚଳ ର ରୋଗୀ ଆରଗ୍ୟ ହୋଇଥିବା ଖବର ରହିଛି |





