ଓଡ଼ିଆ ବାର୍ତ୍ତା/ ଖଡ଼ିଆଳ: ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ‘ଓଡ଼ିଆ ପକ୍ଷ’ର ଦ୍ଵିତୀୟ ଦିବସରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ହିନ୍ଦୀ ବିଭାଗ ମୁଖ୍ୟ କ୍ୟାପଟେନ ଡ଼. ବିଷ୍ଣୁଦେବ ସିଂହ ମଲ୍ଲିକ, ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପିକା ବିୟୁଟି ଅଗ୍ରୱାଲ, ଓଡ଼ିଆ ବିଭାଗ ମୁଖ୍ୟ ଡ଼. ସୁରଞ୍ଜନ ପ୍ରଧାନ, ଅଧ୍ୟାପିକା ଡ଼. କାଜଲ ମେହେର, ଅଧ୍ୟାପକ ହରିବନ୍ଧୁ ହଂସ, ଅଧ୍ୟାପକ ରମାକାନ୍ତ ସିଂହ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ l “ଓଡ଼ିଆ ଭାଷାର ସୁରକ୍ଷାରେ ଛାତ୍ର ସମାଜର ଦାୟୀତ୍ୱ ଓ ଭୂମିକା” ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତରେ ତିରିଶ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମହାବିଦ୍ୟାଳୟ ପକ୍ଷରୁ ସୂଚନା ରହିଛି l





