ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ଜୟ ବଜରଙ୍ଗବାଲୀ କ୍ରିକେଟ କ୍ଳବ ସନ୍ଧିବାହାଲି ଆନୁକୂଲ୍ୟରେ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଗୁଡିଘାଟ ଓ କେନକେବା କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ୧୪ ରନ ରେ କେନକେବା ଦଳ ବିଜୟୀ ହୋଇଥିଲା। ମ୍ୟାନ ଅଫ ଦି ମ୍ୟାଚ କେନକେବା ଦଳର କାର୍ତ୍ତିକ ଓ ମ୍ୟାନ ଅଫ ଦି ସିରିଜ ଟୁଲୁ କେନକେବା ଦଳର ଟ୍ରଫି ଗ୍ରହଣ କରିଥିଲେ। ଉକ୍ତ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ପ୍ରିୟବ୍ରତ ପ୍ରଧାନୀ ସରପଞ୍ଚ ବାନ୍ଦୁପଲା ଗ୍ରାମ ପଂଚାୟତ, ରାମୁ କୁମ୍ଭାର ବିଜେପି ବ୍ଲକ ସଭାପତି ମୁରୀବାହାଲ, ପରମେଶ୍ୱର ମେହେର, ରଘୁଭାଟି, ମାଧବ ଭୋଇ, ପ୍ରସନ୍ନ ଭୋଇ, ଭୋଜରାଜ ଭୋଇ, କିଶୋର ଭୋଇ, ଜିତେନ୍ଦ୍ର ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ଗଣ ବିଜୟୀ ଦଳକୁ ଟ୍ରଫି ସହ ୧୦,୦୦୦ ଅର୍ଥ ରାଶି ଏବଂ ପରାଜିତ ଦଳକୁ ଟ୍ରଫି ସହ ୬,୦୦୦ ଅର୍ଥ ରାଶି ପ୍ରଦାନ କରିଥିଲେ। ଅମ୍ପାୟାର ଭାବେ ବୁଲୁ ଭୋଇ ଓ ମନୋଜ ଭୋଇ ମ୍ୟାଚକୁ ପରିଚାଳନା କରିଥିଲେ। ସ୍କୋର ବୋର୍ଡ଼ ଦାୟିତ୍ବରେ ଥିଲେ ହେମନ୍ତ ଭୋଇ। ଧାରା ବିବରଣୀ ପ୍ରଦାନ କରିଥିଲେ ଦେବ ସୁନାନୀ। ବଜରଙ୍ଗ ବାଲି କ୍ରିକେଟ କ୍ଳବର ସମସ୍ତ କାର୍ଯ୍ୟକର୍ତା ଟୁର୍ନାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।





