ଗୋଇମୁଣ୍ଡରେ କୁଲତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ ଗୋଇମୁଣ୍ଡ ଗ୍ରାମ ଠାରେ କୁଲତା ଦିବସ ପାଳିତ ହୋଇଯାଇଛି। ମା’ ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା କଲାପରେ ବିନୋଦ ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ କାନୁଟ ଆଞ୍ଚଳିକ କେନ୍ଦ୍ରର ସଭାପତି ବାବୁଲାଲ ପଧାନ, ସମ୍ମାନିତ ଅତିଥି ଭାବେ ସମ୍ପାଦକ ଟିକେଶ୍ୱର ସାହୁ, ଉପସଭାପତି ପ୍ରକାଶ ସାହୁ, କୋଷାଧ୍ୟକ୍ଷ ସାଧୁ ଚରଣ ସାହୁ, ଜିଲା କମିଟି ସଦସ୍ୟ ସତ୍ୟ ନାରାୟଣ ପଧାନ, ସହ ସଂଯୋଜକ ଯୁଧିଷ୍ଠିର ଭୋଇ, ଉପଦେଷ୍ଟା ନୀଳଗିରି ସାହୁ, ଶୁକଦେବ ସାହୁ, ସହ ସଂଯୋଜକ ଦିଗାମ୍ବର ସାହୁ,ଗ୍ରାମ୍ୟ ସଭ୍ୟ ସନାତନ ପଧାନ, ଗଣନାଥ ସାମଲ, ବସନ୍ତ ସାହୁ, ଉଦ୍ଧବ ପଧାନ, ନରେନ୍ଦ୍ର ପଧାନ, କୁମର ସାହୁ, ରାମୋଡ଼ ଆଞ୍ଚଳିକ କେନ୍ଦ୍ରର ସମ୍ପାଦକ ଗୁଣନିଧି ବିଶ୍ୱାଳ ପ୍ରମୁଖ ଯୋଗଦେଇ ସମାଜର ରୀତିନୀତି, ସଂସ୍କୃତି ଏବଂ ସଂଗଠନକୁ ସୁଦୃଢ ନେଇ ବକ୍ତବ୍ୟ ରଖିଥିଲେ ।ସନ୍ତୋଷ ସାହୁ, ସୋମନାଥ ସାହୁ, ରମେଶ ସାହୁ, କୈଳାସ ସାହୁ, ଭକ୍ତବନ୍ଧୁ ସାହୁ, କୁଲମଣି ସାହୁ, ଖୁସିରାମ ସାହୁ, ତ୍ରିନାଥ ସାହୁ, ସୁରେଶ ସାହୁ, ଯୋଗେନ୍ଦ୍ର ସାହୁ, ମାନସ ସାହୁ, ଦେବେନ୍ଦ୍ର ସାହୁ, ଓମ ପ୍ରକାଶ ସାହୁ, ଫକୀର ସାହୁ, ମହେନ୍ଦ୍ର ସାହୁ, କୁନା ସାହୁ, ଖଗେଶ୍ୱର ପଧାନ ସହଯୋଗ କରିଥିଲେ। ବହୁ ସଂଖ୍ୟାରେ ପୁରୁଷ ମହିଳା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.