କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ବୁଢ଼ୀପଦର ଗାଁର ବାବୁଲାଲ ଭୋଇ (ବୟସ ୪୮) ନାମକ ଜଣେ ବ୍ୟକ୍ତି ଗତ ୨୫/୦୩/୨୦୨୬ ରୁ ରୁପ୍ରାରୋଡକୁ ପ୍ରହରୀ ଦେଖିବାକୁ ଯାଇ ଆଉ ଫେରି ନାହାଁନ୍ତି। ବହୁତ ଖୋଜାଖୋଜି କରିବା ପରେ ନ ମିଳିବାରୁ ତାଙ୍କ ପୁଅ ନବୀନ ଭୋଇ ବାପାଙ୍କ ନିଖୋଜ ନେଇ ଗତ ମାର୍ଚ୍ଚ ୩୦ ତାରିଖରେ ନର୍ଲା ଥାନାରେ ଅଭିଯୋଗ କରିଥିଲେ। ନିଖୋଜ ବାବୁଲାଲଙ୍କ ରଙ୍ଗ କଳା। ଉଚ୍ଚତା ପ୍ରାୟ ୫ ଫୁଟ ୨ ଇଞ୍ଚ। ସେ ଘରୁ ଗଲାବେଳେ ଲୁଙ୍ଗି ଓ ଗାମୁଛା ପିନ୍ଧିଥିଲେ। ଯଦି କୌଣସି ସହୃଦୟ ବ୍ୟକ୍ତି ଉକ୍ତ ନିରୁଦ୍ଧିଷ୍ଟ/ ନିଖୋଜ ଯୁବକଙ୍କ ସମ୍ବନ୍ଧରେ ଖବର ପାଆନ୍ତି, ତେବେ ବାବୁଲାଲଙ୍କ ପୁଅ ନବୀନ ଭୋଇଙ୍କ ମୋବାଇଲ ନଂ ୮୧୪୪୯୪୮୨୭୨ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।





