ନର୍ଲା ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୨୯ତମ ତିରୋଧାନ ଦିବସ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିଜେଡି ପକ୍ଷରୁ ବ୍ଲକ ସଭାପତି ନୀଳମଣି ସାହୁଙ୍କ ଅଧ୍ୟକ୍ଷତାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ ନର୍ଲା ପ୍ରାଣୀଧନ ଚିକିତ୍ସାଳୟ ନିକଟସ୍ଥ ପଡିଆରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗଦାନ କରି ବିଜୁ ବାବୁଙ୍କ ଫଟୋଚିତ୍ରରେ ଧୂପ, ଦୀପ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। କାର୍ଯ୍ଯକ୍ରମରେ ଅନ୍ୟ ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ମ.ରାମପୁରର ବିଜେଡି ବ୍ଲକ ସଭାପତି ସତ୍ୟନାରାୟଣ ସାହୁ, କର୍ଲାମୁଣ୍ଡା ବ୍ଲକ ସଭାପତି ଯଶୋବନ୍ତ ସାହୁ, ନର୍ଲା ବ୍ଲକ ବିଜୁ ଛାତ୍ର ସଭାପତି ଘାସିରାମ ସାହୁ, ନର୍ଲା ବ୍ଲକ ମହିଳା ସଭାନେତ୍ରୀ ପ୍ରମିଳା ପଧାନ, ମ.ରାମପୁର ବ୍ଲକ ମହିଳା ସଭାନେତ୍ରୀ ତୁଳସୀ ବିଶି, କର୍ଲାମୁଣ୍ଡ ବ୍ଲକ ମହିଳା ବିଜେଡି ସଭାନେତ୍ରୀ ମନ୍ଦିରା ନାଏକ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଜୟନ୍ତ ଗଉଡ, ମାର୍କଫେଡ ଭୁବନେଶ୍ୱରର ନିର୍ଦ୍ଦେଶକ ତଥା ଭବାନୀପାଣା କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଦେବରାଜ ମାଝୀ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ସମିତି ସଦସ୍ୟ ସଂଘ ସଭାପତି ଜୟ ମେହେର ପ୍ରମୁଖ ମଞ୍ଚାସୀନ ହୋଇ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ। ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସରେ ବିଜେଡି ସରକାରର ୨୪ ବର୍ଷର ଜନ ସମ୍ପର୍କ ଓ ଜନ ସେବା ଉପରେ ପଦାଧିକାରୀ ମାନେ ବଖାଣିବା ସହିତ ବର୍ତ୍ତମାନର ବିଜେପି ସରକାର କେବଳ କଥା କୁହାଳିଆ ସରକାର। କାମରେ ଜିରୋ ବୋଲି କହିଥିଲେ। ଏବେ ବିଜେଡି ଘର ଘର ବୁଲି ଜନ ସମ୍ପର୍କ କରିବା ସହିତ ଲୋକଙ୍କ ବର୍ତ୍ତମାନ ମୋହନ ସରକାରଙ୍କ ଅପାରଗତା ବିଷୟରେ ବଖାଣିବ। ଏହି ସରକାରରେ ମହିଳା, ଛାତ୍ରଛାତ୍ରୀ କେମିତି ଅସୁରକ୍ଷିତ, ଗରୀବ କେମିତି ନଷ୍ପେସିତ ତହା ଲୋକଙ୍କୁ ଅବଗତ କରିବ ବୋଲି ବିଜେଡିର ପଦାଧିକାରୀ ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ଉପସଭାପତି ସରୋଜ ରାଉତ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବିଜୁ ବାବୁଙ୍କ ପ୍ରତି କେବଳ ଉତ୍କଳ ପ୍ରଦେଶ ନୁହଁ ସାରା ଦେଶର ଲୋକଙ୍କ ଭଲ ପାଇବା ରହିଥିବା କହିଥିଲେ। ବିଜୁ ଛାତ୍ର ଜନତା ନର୍ଲାର ସମ୍ପାଦକ ଗୋବିନ୍ଦ ତାଣ୍ଡି ମଞ୍ଚ ପରିଚାଳନା କରିଥିଲେ। ଅନ୍ୟ ବରିଷ୍ଠ ସଦସ୍ୟ ମାନଙ୍କ ମଧ୍ୟରେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ବାଗପୁର ସରପଞ୍ଚ ଗୋପାଳ ହାତୀ, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ପୂର୍ବତନ ସମିତି ସଦସ୍ୟ ଟୁକୁ ସାହୁ, ସୁଦର୍ଶନ ଦୋରା, ଅର୍ଜୁନ ପଧାନ, ମିଟୁ ଡାକୁଆ, ଅଜିତ ସାହୁ, ଅଭୟ ନାଏକ, ତେଜରାଜ ସାହୁ, ଅନି ବାଗ, ପୂର୍ଣ୍ଣ ପୂଝାରୀ, ଜସ୍ମିନ ନାଏକ, ରୁଦ୍ର ସାହୁ, ମନମୋହନ ନାଏକ, ଯତିନ ନାଏକ, ପ୍ରଦୀପ ସାହୁ, କିଶୋର ମାଝୀ, ଟୁଟୁ ସେଠୀ, ଲାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଗୋବିନ୍ଦ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.