ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଜୟପାଟଣା ଚଞ୍ଚରାପଡାର ଶତ ପ୍ରତିଶତ ସଫଳତା 

ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଚଳିତ ଶିକ୍ଷା ବର୍ଷ ର ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ଜୟପାଟଣା ବ୍ଲକ ଚଞ୍ଚରାପଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଚଳିତ ଶିକ୍ଷା ବର୍ଷ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିବା ସହିତ ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି। ବିଦ୍ୟାଳୟ ର ସକ୍ଷମ ଯୋଶୀ ୯୭.୮ ପ୍ରତିଶତ ନମ୍ବର ରଖି ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ ସେ ଗଣିତ ଏବଂ ଆଇଟି ବିଷୟରେ ୧୦୦ ରୁ ୧୦୦ ନମ୍ବର ରଖି ସମସ୍ତ ଙ୍କୁ ଚକିତ କରିଛନ୍ତି। ବିଦ୍ୟାଳୟ ର ଯଥାର୍ଥ ମୁଣ୍ଡ ୯୫.୮ ପ୍ରତିଶତ ରଖି ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ଜାହ୍ନବୀ ଅଗ୍ରୱାଲ ୯୪.୮ ପ୍ରତିଶତ ରଖି ତୃତୀୟ ସ୍ଥାନ ସେହିଭଳି ପ୍ରତ୍ୟାଶା ଖମାରୀ ୯୩.୮,କରିସ୍ମା ଭାଟି ୯୩.୬ ନନ୍ଦିନୀ ଝାଙ୍କର ୯୦.୬ ପ୍ରତିଶତ ନମ୍ବର ରେ କୃତିତ୍ୱ ହାସଲ କରିଛନ୍ତି। ଏହା ସହ ଆଦ୍ୟାଶା ମିଶ୍ର ମଧ୍ୟ ଆଇଟି ବିଷୟରେ ୧୦୦ ନମ୍ବର ରଖି ବିଦ୍ୟାଳୟ ର ମାନ ବଡିଇଛନ୍ତି । ଓଡିଶା ଆଦର୍ଶ ବିଦ୍ୟାଳୟ ର ଛଅ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ରୁ ଉର୍ଦ୍ଧ ନମ୍ବର ରଖିଥିବା ବେଳେ ୧୯ ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତ ରୁ ଅଧିକ ନମ୍ବର ଉତ୍ତୀର୍ଣ୍ଣ ହେଇଛନ୍ତି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.