ରାୟଗଡ ପୌର ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ପାଳିତ

ବସଷ୍ଟାଣ୍ଡରେ ଯାତ୍ରୀ ନିବାସ ଉଦଘାଟନ ଓ ସାଇପ୍ରିୟା ନଗରରେ କଲ୍ୟାଣ ମଣ୍ଡପର ଭିତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ

Omkar Vasthu
Omkar Vasthu

ରାୟଗଡ,୩୧/୮ : ରାୟଗଡ ପୈାରପାଳିକା ଆନୁକୂଲ୍ୟରେ ଅଗଷ୍ଟ ୩୧ତାରିଖରେ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ରାୟଗଡ ପୈାର ପାଳିକା କାର୍ଯ୍ୟାଳୟକୁ ସୁନ୍ଦର ଭାବେ ସୁସଜ୍ଜିତ କରାଯାଇଥିଲା । ରାୟଗଡ ପୈାରସଂସ୍ଥା କାର୍ଯ୍ୟାଳୟରେ ସକାଳ ସାଢେ ୮ଟା ସମୟରେ ଜିଲ୍ଳାପାଳ ତଥା ପୈାରସଂସ୍ଥା ପ୍ରଶାସକ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ପୈାରସଂସ୍ଥା କାର୍ଯ୍ୟାଳୟର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କ ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ରାୟଗଡ ପୈାରାଂଚଳର ସମସ୍ତ ୱାର୍ଡବାସୀଙ୍କୁ ମୈାଳିକ ସୁବିଧା ଯୋଗାଇ ଦେବା ସହ ସହରବାସୀଙ୍କୁ ଉଚିତ ସେବା ଯୋଗାଇବାରେ ସଂକଳ୍ପ କରିବା ନେଇ ଗୁରୁତ୍ୱାରୋପ କରିବା ସହ ୱାର୍ଡବାସୀଙ୍କ ମୈାଳିକ ସମସ୍ୟାର ସମାଧାନ ଦିଗରେ ଆହୁରି ସରଳୀକରଣ ନିମନ୍ତେ ପ୍ରତ୍ୟେକ ୱାର୍ଡରେ ଜଣେ ଲେଖାଏଁ ୱାର୍ଡ ଅଫିସର ନିଯୁକ୍ତ କରାଯାଇଥିବା ନେଇ ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଥିଲେ ।

ସେହିପରି ସହରରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ପୁଷ୍ପାମାଲ୍ୟ ଅର୍ପଣ କରାଯାଇଥିଲା ।  ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରେ ୫୦ଲକ୍ଷ ଟଙ୍କା ବ୍ୟୟରେ ନବ ନିର୍ମିତ ଯାତ୍ରୀ ନିବାସର ଉଦଘାଟନ କରାଥିବା ବେଳେ ୱାର୍ଡ ନମ୍ବର-୨୦, ସାଇପ୍ରିୟା ନଗରରେ ୮୫ଲକ୍ଷ ଟଙ୍କା ବ୍ୟୟରେ ଏକ କଲ୍ୟାଣ ମଣ୍ଡପର ଭିତିପ୍ରସ୍ତର ସ୍ଥାପନ କରିଥିଲେ ।ସେହିପରି ଏହି ଅବସରରେ ସହରସ୍ଥିତ ଅଶୋକ କଲ୍ୟାଣ ମଣ୍ଡପରେ ଠାରେ ଏକ ସାଧାରଣ ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାୟଗଡ ପୈାର ସଂସ୍ଥାର ନିର୍ବାହୀ ଅଧିକାରୀ ଶ୍ରୀ ଶତପଥି ଏହି କାର୍ଯ୍ୟକ୍ରମରେ ବାର୍ଷିକ ବିବରଣୀ ପଠନ କରି ରାଜ୍ୟ ସରକାର ବିଭିନ୍ନ ନୂତନ ଯୋଜନା ପ୍ରଣୟନ କରି ନଗରରେ ରହୁଥିବା ସାଧାରଣ ଜନତାଙ୍କୁ ମୈାଳିକ ସୁବିଧା ଅତି ସହଜରେ ଉପଲବ୍ଧ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ରାୟଗଡ ପୈାର ସଂସ୍ଥା ଦ୍ୱାରା ୨୪ଗୋଟି ୱାର୍ଡର ବଜ୍ୟବସ୍ତୁ ଅଳିଆ ଆର୍ବଜନା ସଂଗ୍ରହ କରି ସହରକୁ ଏକ ସୁସ୍ଥ ପରିମଳ ପରିବେଶରେ ଗଠନ ପାଇଁ ପ୍ରୟାସ ଚାଲଥିବା ବେଳେ ଏଥି ନିମନ୍ତେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦ୍ୱାରା ପ୍ରତ୍ୟେକ ଘର ଘର ବୁଲି ଲୋକଙ୍କୁ ଅଳିଆ ଆର୍ବଜନାକୁ ଡଷ୍ଟବିନରେ ନ ପକାଇ ଶୁଖିଲା ଓ ଓଦା ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ଗାଡିରେ ପକାଇବା ପାଇଁ ସଚେତନ କରୁଛନ୍ତି ବୋଲି କହିବା ସହ ସହରର ବିଭିନ୍ନ ପ୍ରାନ୍ତରେ ଥିବା ପୈାରସଂସ୍ଥାର ଜାଗାରେ ରହିଥିବା ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନ ଯୋଜନାରେ ବର୍ତମାନ ସୁଦ୍ଧା ୨୪୭ଜଣଙ୍କୁ ଅର୍ନ୍ତଭୁକ୍ତ କରାଯାଇଥିବା ବେଳେ ୬୦ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି ଏବଂ ଏହି କାର୍ଯ୍ୟକ୍ରମରେ ୧୦ଜଣ ହିତାଧିକାରୀଙ୍କୁ ପଟ୍ଟା ବଂଟନ କରାଯିବାକୁ ଥିବା ବେଳେ ଆଉ କୈାଣସି ସହରବାସୀ ପୈାରସଂସ୍ଥା କାର୍ଯ୍ୟାଳୟକୁ ନ ଯାଇ ମଧ୍ୟ ୱାର୍ଡ ଅଫିସରଙ୍କୁ ନିଜ ଅଭିଯୋଗ ଜରିଆରେ ସମାଧାନ ପାଇ ପାରିବା ଭଳି ବ୍ୟବସ୍ଥାକୁ ଭିଡିଓ କନଫ୍ରେସିଂ ମାଧ୍ୟମରେ ମୁଖ୍ୟମନ୍ତୀ ଆଜି ଠାରୁ ପ୍ରତ୍ୟେକ ୱାର୍ଡରେ ଜଣେ ୱାର୍ଡ ଅଫିସର ନିଯୁକ୍ତ କରାଯିବାର କାର୍ଯ୍ୟକ୍ରମ ଆରମ୍ଭ କରିଥିବା ସେ ପ୍ରକାଶ କରିଥିଲେ । ଭିସି କାର୍ଯ୍ୟକ୍ରମ ରହିଥିବାରୁ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଓ ଜିଲ୍ଳା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଅମ୍ରିତ ଋତୁରାଜ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଥିଲେ ।

ସେହିପରି ସମସ୍ତ ଅତିଥିମାନେ ପୈାରସଂସ୍ଥା ପକ୍ଷରୁ ସହରବାସୀଙ୍କୁ ସମସ୍ତ ମୈାଳିକ ସୁବିଧା ସହ ସହରକୁ ବିକାଶ କ୍ଷେତ୍ରରେ ପୈାରସଂସ୍ଥାର ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ପ୍ରକାଶ କରିଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ ସ୍ୱାୟତ ଶାସନ ଦିବସ ଅବସରରେ ଶ୍ରେଷ୍ଠ ଟିକସ ସଂଗ୍ରାହକ ଭାବେ ବିପିନ୍ ବିଶୋଇ,ଶ୍ରେଷ୍ଠ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଉପନ୍ଦ୍ରେ ମାଝି,ଲକ୍ଷ୍ମଣ ବିଡିକା ଓ ୱାଇ.ବାଲାଙ୍କୁ ପୈାରସଂସ୍ଥାର ଶ୍ରେଷ୍ଠ କର୍ମଚାରୀ ଭାବେ ପୁରସ୍କୃତ ହୋଇଥିବା ବେଳେ କଲେଜ ଓ ହାଇସ୍କୁଲ ସ୍ତରରେ କରାଯାଇଥିବା ଇଂରାଜୀ ଓ ଓଡିଆ ବକୃତା ଏବଂ ପ୍ରବନ୍ଧ ପ୍ରତିଯୋଗିତା ସହ ସୁନ୍ଦର ହସ୍ତାକ୍ଷର ଲିଖନ,ରନ୍ଧନ,ମ୍ୟୁଜିକାଲ ଚେୟାର,ଏସଏଚଜି ମହିଳାଙ୍କୁ ନେଇ ରଙ୍ଗୋଲି ପ୍ରତିଯୋଗିତା ଆଦିରେ କୃତିିତ୍ୱ ଲାଭ କରିଥିବା ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରଶଂସା ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଘୋଷିକା ବିଦିଶା ଶତପଥି ସଂଯୋଜନା କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.