କଳାହାଣ୍ଡି,୩୧/୮ : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସ୍ଥିତ ସରିଆଁ ଠାରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ରକ୍ତଦାନ ସଚେତନତା ଶୋଭାଯାତ୍ରା ଓ ‘ରକ୍ତଦାନ ମହତ ଦାନ’ ଶିର୍ଷକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋସିଆଲ ଏକ୍ଟିଭିଷ୍ଟ ଅଫ କଳାହାଣ୍ଡି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ ଯୋଗ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ସରିଆଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଜନନୀ ଭୋଇ, ସମିତି ସଭ୍ୟା ନନ୍ଦିନୀ ଭୋଇ, ଜିଲ୍ଲା ପରିଷଦ ସଭ୍ୟା ଶୁଶ୍ରୀ ରୀନା ଭୋଇ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗଙ୍ଗା ନାରାୟଣ ଦାଶଙ୍କ ସହ ଗ୍ରାମର ବିଶିଷ୍ଟ ବ୍ୟକ୍ତି ବିଜୟ କୁମାର ଭୋଇ, ରାମେଶ୍ୱର ଭୋଇ ଏବଂ ଦୁର୍ବାଦଳ ଭୋଇ ତଥା ପଂଚାୟତ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ଏଥିରେ ସୋସିଆଲ ଏକ୍ଟିଭିଷ୍ଟ ଅଫ କଳାହାଣ୍ଡିର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବୁଦ୍ଧେଶ୍ୱର ଚୌଧୁରୀ, ନର୍ଲା ବ୍ଲକ ସଭାପତି ମିଳନ ଭୋଇ, ସମ୍ପାଦକ ଶୁକଦେବ ସାହୁ, ସହ ସମ୍ପାଦକ ହେମସାଗର ସାହୁ, ନରେଶ ନାଏକ, ସୋମ୍ୟରଞ୍ଜନ ସାଙ୍କ ସମେତ ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ।
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta