ସମ୍ବଲପୁର ବିଶ୍ବବିଦ୍ୟାଳୟରରେ ପ୍ରଫେସର ଡକ୍ଟର ଅଶୋକ କୁମାର ଦାଶଙ୍କୁ ବିଦାୟ ସମ୍ବର୍ଦ୍ଧନା

ସମ୍ବଲପୁର,୩୧/୮: ଆଜି ପ୍ରଫେସର ଅଶୋକ କୁମାର ଦାଶଙ୍କ ଷଷ୍ଟିପୁର୍ତ୍ତି ଉପଲକ୍ଷେ ସମ୍ବଲପୁର ବିଶ୍ବବିଦ୍ୟାଳୟ ର ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ପ୍ରଫେସର ଦାଶ ମାଁ ସମଲେଶ୍ବରୀଙ୍କ ପ୍ରତିଚିତ୍ରରେ ଦୀପ ପ୍ରଜ୍ଜ୍ବଳନ କରି ଶୁଭାରମ୍ଭ କରିଥିଲିବା ବେଳେ ସଭାରେ ଡକ୍ଟର ନାକୁ ହାଂସଦାଃ ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ଦାଶ ସମ୍ବଲପୁର ବିଶ୍ବବିଦ୍ୟାଳୟ ରେ ୩୬ ବର୍ଷ ଅଧ୍ୟାପନା ଜୀବନରେ ଭାରପ୍ରାପ୍ତ କୁଳପତି, ସ୍ନାତକୋତ୍ତର ବିଭାଗ ସମୁହ ଅଧ୍ୟକ୍ଷ, ସିଣ୍ଡିକେଟ ସଦସ୍ୟ ଓ ଓଡିଆ ବିଭାଗର ମୂଖ୍ୟଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଗ୍ରହଣକରି ସୁଚାରୁରୂପେ କାର୍ଯ୍ୟ ତୁଲାଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରଫେସର ଦାସ ତାଙ୍କ ବିଦାୟୀ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ସଫଲତା ର ମୂଳ ମନ୍ତ୍ର ଦେବା ସହ କଠିନ ପରିଶ୍ରମ ଦ୍ବାରା ହିଁ ଅଭିଳାଷ ପୂରଣ ହୋଇପାରିବ ବୋଲି କହିଥିଲେ । ବିଭାଗର ଆଶିଷ୍ଟାଣ୍ଡ ପ୍ରଫେସର ଡକ୍ଟର ଗୋପୀନାଥ ବାଗ ତାଙ୍କ ବକ୍ତବ୍ଯରେ ପ୍ରଫେସର ଦାଶଙ୍କ ‘କହିତ ନୁହଇ ଭାରତୀରେ’, ‘ମଧୁମୟ ଗଙ୍ଗାଧର ‘, ‘ଓଡିଆ ଶବ୍ଦକୋଷ’ , ‘କାବ୍ୟଧାରା’, ‘ଭିନ୍ନ ସ୍ବାଦର ଗଳ୍ପ ‘, ‘କବିତା ମାଟି ଓ ଆକାଶର’, ‘ଅକୃର ଗମନ’ ଆଦି ପୁସ୍ତକ ରଚନା ଓଡିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଛି ଓ ତାହା ସହିତ ଇଂରାଜୀ ଭାଷା ରେ Evolution of Sambalpuri Language and its morphology ଶୀର୍ଷକ ଗବେଷଣାତ୍ମକ ନିବନ୍ଧ ପାଠକ ମାନଙ୍କ ପାଇଁ ବେଶ ଉପାଦେୟ ହୋଇପାରିଛି ବୋଲି କହିଥିଲେ ।

Udyog Nursery
Udyogi Nursery

ସେହିଭଳି ବିଭାଗର ଅନ୍ୟତମ ଆଶିଷ୍ଟାଣ୍ଡ ପ୍ରଫେସର ଡକ୍ଟର ଶୁକମୁନି ମେହେର ତାଙ୍କ ମନ୍ତବ୍ଯରେ ପ୍ରଫେସର ଦାଶଙ୍କ ତତ୍ତ୍ବାବଧାନରେ ୧୨ଜଣ ବିଦ୍ୟାର୍ଥୀ ସମ୍ବଲପୁର ବିଶ୍ବବିଦ୍ୟାଳୟ ରୁ ପି.ଏଚ୍ ଡି ପ୍ରାପ୍ତ କରିଥିବା ବେଳେ ଅନେକ ବିଦ୍ୟାର୍ଥୀ ଏମଫିଲ ଓ ପିଜି ହାସଲ କରିଛନ୍ତି ବୋଲି କହିଥିଲେ । ପ୍ରଫେସର ଦାଶ ଜଣେ ନିଷ୍ଠାବାନ ସାହିତ୍ୟ ସମାଲୋଚକ, ଭାଷାତତ୍ତ୍ବବିତ୍, ସମ୍ପାଦକ ଏବଂ ଛାତ୍ର ବତ୍ସଳଗୁରୁ ଭାବରେ ପରିଚୟ ସୃଷ୍ଟିକରି ଗୌରବ ଅର୍ଜନ କରିଛନ୍ତି । ସଭା ଶେଷରେ ସ୍ନାତକୋତ୍ତର ଦ୍ବିତୀୟ ବର୍ଷ ର ଛାତ୍ରଛାତ୍ରୀ ହରେରାମ, ଭାରତୀ, ପ୍ରିୟଙ୍କା, ମିନି, ରିମା ପ୍ରଭୃତି ବିଦାୟ ସଙ୍ଗୀତ ଗାନ କରିଥିଲେ । ସଭାକାର୍ଯ୍ୟରେ ଗବେଷକ ଜଗନ୍ନାଥ ଜୟପୁରିଆ, ଭରଦ୍ବଜ ସାହୁ, ଡୋଳାମଣି ମାଝୀ, ରୋସନ ସାହୁ, ଆକାଶ ଗଡତିଆ, ସତ୍ୟବାନ ସାହୁ, ହରେରାମ ମାଝୀ, ବିଜୟ ଭୋଇ, ଆଶିଷ ଗଡତିଆ, ଯଶୋବନ୍ତ ମେହେର, ପ୍ରିତିଶ ଖମାରୀ, କିରଟି ବାରିକ ପ୍ରମୁଖ ବିଶେଷ ସହଯୋଗ କରିଥିବା ବେଳେ ସଭାରେ ପ୍ରାକ୍ତନ ଛାତ୍ରଛାତ୍ରୀ ସମେତ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ସମ୍ବଲପୁର ବିଶ୍ବ ବିଦ୍ୟାଳୟରୁ ଟିଟିଲାଗଡ ପ୍ରତିନିଧି ଭିଷ୍ମସେନ ମହାକୁରଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

Click here to get daily News  & Views update 👇

https://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.