କବିତା : ଜୟ ବିଘ୍ନରାଜ

 

ଆହେ ବିଘ୍ନରାଜ ତବ ପାଦେ ଆଜ
କରୁଅଛୁ ପ୍ରଣିପାତ
ଏ’ ବିଶ୍ୱ ଉପରେ ରଖିଥିବ ସଦା,
ଆଶୀର୍ବାଦ ଭରା ହାତ ।

Omkar Vasthu
Omkar Vasthu

ଧୂପ, ଦୀପ ଜାଳି ଦେଇ ଭୋଗ ଥାଳି
ଭକତ ଆନନ୍ଦେ ଝୁମେ
ଗଳାରେ ତୁମର ଶୋଭେ ପୁଷ୍ପ ହାର,
ମୂଷିକ ପାଦକୁ ଚୁମେ ।

Pearl dental clinic
Near Ashish Medical Store, Bhawanipatna

ତୁମରି ସନ୍ତାନ କରି ମନ୍ତ୍ର ଗାନ
କରନ୍ତି ତୁମର ପୂଜା
ଆଖି ଯାଏ ଲାଖି ଚାରିଆଡ଼େ ଦେଖି,
କି ସୁନ୍ଦର ସାଜ୍ଜସଜ୍ଜା ।

Udyog Nursery
Udyogi Nursery

ତବ କୃପା ଲଭି ଏ’ ସାରା ଜଗତେ
ଜ୍ଞାନର ଆଲୋକ ଭରୁ
ବିଘ୍ନ ବିନାଶକ ବିଘ୍ନ କର ନାଶ,
ଦୁଃଖ, କଷ୍ଟ ସବୁ ସରୁ ।

ଅଜ୍ଞାନ ଅନ୍ଧାରେ ରହି ଏ’ ମଣିଷ
ଭୁଲିଛି ସତ୍ୟ ଓ ନ୍ୟାୟ
କୃପା କର ଆହେ ଅଗ୍ରପୂଜ୍ୟ ଏବେ,
ବିଦ୍ୟାର ହେଉ ଜୟ ।

ତବ ପାଦତଳେ କରି ପ୍ରଣିପାତ
ମୁଁ’ ଅଧମ ମାଗେ ଆଜି
କଲମକୁ ମୋର ଶକ୍ତି ଦିଅ ପ୍ରଭୁ,
କରେ ନୂଆ ସୃଷ୍ଟିରାଜି ।

ପବିତ୍ର ଗଣେଶ ଚତୁର୍ଥୀର ଅଭିନନ୍ଦନ

ବିଘ୍ନ ବିନାଶକ, ବାବା ଗଣେଶ ସମସ୍ତଙ୍କର ମଙ୍ଗଳ କରନ୍ତୁ

ସତ୍ୟଜିତ ସ୍ୱାଇଁ

ଅଡ଼ଶପୁର, କଟକ

 

Like us on Facebook👇

http://facebook.com/odiabarta

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.