ଜୁନାଗଡ଼,୨/୯(ରାକେଶ ବେମାଲ ) : ସିଦ୍ଧିଦାତା, ବିଘ୍ନ ବିନାଶକ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା ପାଇଁ ଜୁନାଗଡ ସହର ଚଳଚଞ୍ଚଳ ହୋଇ ଉଠିଛି। କଳାହାଣ୍ଡି ରାଜ୍ୟର ପୁରାତନ ରାଜଧାନୀ ତଥା ଜିଲ୍ଲାର ଏକ ପ୍ରମୂଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଜୁନାଗଡର ବିଭିନ୍ନ ସ୍ଥାନରେ ପ୍ରତିବର୍ଷ ବିଘ୍ନ ବିନାଶକଙ୍କ ପୂଜାନୋତ୍ସବ ମହା ସମାରୋହରେ ଆୟୋଜିତ ହୋଇ ଆସୁଛି । ଏବର୍ଷ ମଧ୍ୟ ସହରର ବଜାରପଡା, ବଡପଡା ଓ ମହିଳା ମହାବିଦ୍ୟାଳୟ ପାଖରେ ଅତି ସୁନ୍ଦର ସାଜସଜ୍ଜା ଓ ଆକର୍ଷଣିୟ ମୂର୍ତ୍ତି ଦେଖିବାକୁ ମିଳିଛି । ପୂଜା ମଣ୍ଡପ ସବୁ ବିବିଧ ଆଳୋକମାଳାରେ ସଜ୍ଜିତ ହୋଇ ଜନମନ ହରଣ କରୁଛି । ସକାଳୁ ସହରର ଅନେକ ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ ଓ ଘର ମାନଙ୍କରେ ଶ୍ରୀଗଣେଶଙ୍କ ପୁଜା ଆରମ୍ଭ ହୋଇ ଯାଇଥିବାବେଳେ କେତେକ ଅନୁଷ୍ଠାନରେ ଅପରାହ୍ନ ସମୟରେ ପ୍ରତିଷ୍ଠା ହୋଇ ପୂଜିତ ହେବେ ଗଣପତି ।