ଜଣକୁ ମନା କରିବାରୁ ୨ଜଣଙ୍କୁ ବିବାହ କରିବାକୁ ବାଧ୍ୟ ହେଲେ ଗଣେଶ

ଅଳ୍ପ ଗଳ୍ପ ପୁରାଣ ପ୍ରସଙ୍ଗରୁ

ଅଗ୍ରପୂଜ୍ୟ ଶ୍ରୀଗଣେଶ ବ୍ରହ୍ମଚାରୀ ହେବାକୁ ମନସ୍ଥ କରିଥିଲେ। ତେବେ କେମିତି ସେ ଦୁଇଜଣ ପତ୍ନୀ ଗ୍ରହଣ କଲେ, ସେ ପ୍ରସଙ୍ଗ ବ୍ରହ୍ମବୈବର୍ତ୍ତ ପୁରାଣରେ ବର୍ଣ୍ଣିତ ହୋଇଅଛି।

ଥରେ ଗଶେଶ ଗଙ୍ଗା କୂଳରେ ଧ୍ୟାନ କରୁଥିଲେ । ସେତେବେଳେ ସେହି ବାଟ ଦେଇ ଅନିନ୍ଦ୍ୟ ସୁନ୍ଦରୀ କନ୍ୟା ତୁଳସୀ ଯାଉଥିଲେ । ତୁଳସୀ ଗଣେଶଙ୍କ ରୂପରେ ମୋହିତ ହୋଇ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଲେ ।

ତେବେ ଗଣେଶ ତୁଳସୀଙ୍କୁ କହିଲେ ଯେ, ସେ ଜୀବନରେ କେବେମଧ୍ୟ ବିବାହ କରିବେନି । ଏହା ଶୁଣି ତୁଳସୀ କ୍ରୋଧ ଜର୍ଜ୍ଜରିତ ହୋଇ ଗଣେଶଙ୍କୁ ଅଭିଶାପ ଦେଲେ ଯେ, ତୁମର ଏହି ପଣ କେବେ ବି ସାର୍ଥକ ହେବନାହିଁ ଏବଂ ତୁମେ ଖୁବଶୀଘ୍ର ବିବାହ କରିବ; ପୁଣି ଗୋଟିଏ ନୁହଁ, ଦୁଇ ଜଣଙ୍କୁ ।

ତୁଳସୀ ଏଭଳି ଅଭିଶାପ ଦେବା ଦେଖି ଗଣେଶ ମଧ୍ୟ ରାଗିଗଲେ ଏବଂ ତତକ୍ଷଣାତ୍ ବୃକ୍ଷ ହୋଇଯିବାକୁ ତୁଳସୀଙ୍କୁ ଅଭିଶାପ ଦେଲେ । ଦୁହେଁ ପରସ୍ପରକୁ ଦେଇଥିବା ଅଭିଶାପ ଫଳବତୀ ହେଲା । ଗଣେଶଙ୍କ ବିବାହ ରିଦ୍ଧି-ସିଦ୍ଧିଙ୍କ ସହ ହେଲା ଏବଂ ତୁଳସୀ ବୃକ୍ଷ ରୂପରେ ଆଜି ମଧ୍ୟ ବିଦ୍ୟମାନ । ତୁଳସୀଙ୍କ ସହ ବାଦ କାରଣରୁ ଗଣେଷଙ୍କ ଠାରେ ତୁଳସୀ ପତ୍ର ଲାଗି ହୁଏନାହିଁ ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.