ଅଳ୍ପ ଗଳ୍ପ ପୁରାଣ ପ୍ରସଙ୍ଗରୁ
ଅଗ୍ରପୂଜ୍ୟ ଶ୍ରୀଗଣେଶ ବ୍ରହ୍ମଚାରୀ ହେବାକୁ ମନସ୍ଥ କରିଥିଲେ। ତେବେ କେମିତି ସେ ଦୁଇଜଣ ପତ୍ନୀ ଗ୍ରହଣ କଲେ, ସେ ପ୍ରସଙ୍ଗ ବ୍ରହ୍ମବୈବର୍ତ୍ତ ପୁରାଣରେ ବର୍ଣ୍ଣିତ ହୋଇଅଛି।
ଥରେ ଗଶେଶ ଗଙ୍ଗା କୂଳରେ ଧ୍ୟାନ କରୁଥିଲେ । ସେତେବେଳେ ସେହି ବାଟ ଦେଇ ଅନିନ୍ଦ୍ୟ ସୁନ୍ଦରୀ କନ୍ୟା ତୁଳସୀ ଯାଉଥିଲେ । ତୁଳସୀ ଗଣେଶଙ୍କ ରୂପରେ ମୋହିତ ହୋଇ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଲେ ।
ତେବେ ଗଣେଶ ତୁଳସୀଙ୍କୁ କହିଲେ ଯେ, ସେ ଜୀବନରେ କେବେମଧ୍ୟ ବିବାହ କରିବେନି । ଏହା ଶୁଣି ତୁଳସୀ କ୍ରୋଧ ଜର୍ଜ୍ଜରିତ ହୋଇ ଗଣେଶଙ୍କୁ ଅଭିଶାପ ଦେଲେ ଯେ, ତୁମର ଏହି ପଣ କେବେ ବି ସାର୍ଥକ ହେବନାହିଁ ଏବଂ ତୁମେ ଖୁବଶୀଘ୍ର ବିବାହ କରିବ; ପୁଣି ଗୋଟିଏ ନୁହଁ, ଦୁଇ ଜଣଙ୍କୁ ।
ତୁଳସୀ ଏଭଳି ଅଭିଶାପ ଦେବା ଦେଖି ଗଣେଶ ମଧ୍ୟ ରାଗିଗଲେ ଏବଂ ତତକ୍ଷଣାତ୍ ବୃକ୍ଷ ହୋଇଯିବାକୁ ତୁଳସୀଙ୍କୁ ଅଭିଶାପ ଦେଲେ । ଦୁହେଁ ପରସ୍ପରକୁ ଦେଇଥିବା ଅଭିଶାପ ଫଳବତୀ ହେଲା । ଗଣେଶଙ୍କ ବିବାହ ରିଦ୍ଧି-ସିଦ୍ଧିଙ୍କ ସହ ହେଲା ଏବଂ ତୁଳସୀ ବୃକ୍ଷ ରୂପରେ ଆଜି ମଧ୍ୟ ବିଦ୍ୟମାନ । ତୁଳସୀଙ୍କ ସହ ବାଦ କାରଣରୁ ଗଣେଷଙ୍କ ଠାରେ ତୁଳସୀ ପତ୍ର ଲାଗି ହୁଏନାହିଁ ।
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta