ଅଗ୍ରପୂଜ୍ୟ ଗଣପତିଙ୍କ ଆରଧନାରେ ଉତ୍ସବ ମୁଖର ପୁରପଲ୍ଲୀ

କଳାହାଣ୍ଡି,୨/୮(ହେମନ୍ତ ସାହୁ) : ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ପୁରପଲ୍ଲୀ ଅଗ୍ରପୂଜ୍ୟ ଗଣନାଥଙ୍କ ପୂଜୋନୋତ୍ସବ ଲାଗି ହେଇପଡ଼ିଛି ଉତ୍ସବ ମୁଖର । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଏହି ପୂଜା ମହାସମାରୋହରେ ପାଳନ କରାଯାଇଥିବାବେଳେ ଚଳିତବର୍ଷ ମଧ୍ୟ ମ.ରାମପୁର ହାଇସ୍କୁଲ ଛକଠାରେ ବିରାଟ ତୋରଣ ସାଙ୍ଗକୁ ଶୋଭାପାଉଛନ୍ତି ଆନ୍ଧ୍ରପ୍ରଦେଶରୁ ଆସିଥିବା ଗଣନାଥଙ୍କ ମୂର୍ତ୍ତି ।

ଏହି ପୂଜାରେ କର୍ତ୍ତା ଭାବରେ ସ୍ଥାୟୀ ସଭାପତି ବିଭୂ ପ୍ରସାଦ ସାହୁ ହୋମରେ ବସିଥିବାବେଳେ ପୂଜକ ରହିଛନ୍ତି ରାମେଶ୍ୱର ପାଡୀ । ଏଠାରେ ପୂଜା ଦଶ ଦିନ ଧରି ଚାଲୁରହିବ ଏବଂ ପୂଜାକୁ ଆହୁରୀ ସରଗରମ କରିବାକୁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୀନାବଜାର ପଡ଼ିଛି । ଆଜି ସକାଳରେ କର୍ତ୍ତା ଓ ଅନ୍ୟମାନେ ପ୍ରଥମେ ଉତ୍ତେଇ ନଦୀରୁ ଶୁଭ ପୁର୍ଣ୍ଣ କୁମ୍ଭ ଆଣିବା ପରେ ପୂଜା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

ଏହି କମିଟୀର ସଂପାଦକ ଗୋବିନ୍ଦ ସେଠୀ(ମୁନା)ଙ୍କ ସମେତ ନରସିଂହ ରଣା, ଜଗନ୍ନାଥ ସାହୁ, ସୁରେନ୍ଦ୍ର ରାଉତ, ଦିଲ୍ଲୀପ ସାହୁ, ଅଭିଷେକ ସିଂହଦେଓ, ସୁଶାନ୍ତ ବିଶି, କୈଳାସ ରଣା, ସନ୍ତୋଷ ବାରିକ, ବିପ୍ର ସୁବୁଦ୍ଧି, ନୀଳମାଧବ ପଣ୍ଡା, ରାକେଶ ଶତପଥୀ, ରୀତେଶ ଶତପଥୀ, ଟିଟୁ ସେଠୀ, ପ୍ରବୀଣ ଦୁବେ, ସନ୍ତୋଷ ମିଶ୍ର, ସୌରଭ ପଣ୍ଡା, ରଘୁନାଥ ସେଠୀ, ମଳୟ ବେହେରା, ପାଣ୍ଡବ ମେହେର, ପ୍ରଭାସ ସାହୁ, ଧର୍ମୁ ସାହୁ, ଟିକେଶ୍ୱର ବାରିକ, ରାଜେନ୍ଦ୍ର ମହାନନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।

ଗୌଡ଼ପଡା ଗଣେଷ ପୂଜା କମିଟୀ ତରଫରୁ ମଧ୍ୟ ଧୂମଧାମରେ ପାଳନ କରାଯାଉଛି ଗଣନାଥଙ୍କ ପୂଜାର୍ଚ୍ଚନା । ଏଠାରେ କର୍ତ୍ତା ଭାବରେ କୀର୍ତ୍ତନ ଘିଭେଲା ସପତ୍ନୀକ ଦାୟିତ୍ୱ ତୁଲାଉଛନ୍ତି । ପୂଜକ ତ୍ରିଲୋଚନ ଦାଶ ପୂଜା କାର୍ଯ୍ୟ ତୁଲାଉଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର ରାହାସ ପୋଢ,କୁଳମଣି ହେର୍ଣ୍ଣାଙ୍କ ସମେତ ଅନ୍ୟ ସଭ୍ୟମାନେ ସହଯୋଗ କରୁଛନ୍ତି । ଏଥି ସହିତ ମ.ରାମପୁରର ବିଭିନ୍ନ ଗ୍ରାମ, ପଡ଼ାରେ ଯୁବ ସମୂହଙ୍କ ଦ୍ୱାରା ପୂଜା କାର୍ଯ୍ୟ ମହାସମାରୋହରେ ଚାଲୁରହିଛି । 

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.