ହୋଟେଲ ସାଇ ନିଳାଦ୍ରୀରେ ଲିଫ୍ଟ ଅସୁରିକ୍ଷିତ

ତିନି ମହଲା ଉପରୁ ଛିଣ୍ଡି ପଡିଲା ଲିଫ୍ଟ,ଦୁଇ କର୍ମଚାରୀ ଗୁୁରୁତର

ରାୟଗଡ,୨/୯ : ତିନି ମହଲାରୁ ଲିଫ୍ଟ ଛିଣ୍ଡି ପଡିବାରୁ ଦୁଇଜଣ ଗୁରୁତର ହୋଇ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇ ଚିକିତ୍ସାଧୀନ ହେଉଥିବା ଖବର ଜଣାପଡିଛି । ଘଟଣାଟି ଘଟିଛି ରାୟଗଡ ସହରରେ ନୂତନ ଭାବେ ଖୋଲାଯାଇଥିବା ହୋଟେଲ ସାଇ ନୀଳାଦ୍ରୀରେ । ଗତ ଅଗଷ୍ଟ ୨୦ତାରିଖରେ ରାୟଗଡ ସହରର ନିୁ୍ୟକଲୋନୀ ସ୍ଥିତ କ୍ଷୁଦ୍ର ଜଳ ସେଚନ ବିଭାଗ କାର୍ଯ୍ୟାଳୟ (ଏମ.ଆଇ.ଡିଭିଜନ) ରାସ୍ତାରେ ନୂତନ ଭାବେ ୪ମହଲା ବିିଶିଷ୍ଟ ହୋଟେଲ ସାଇ ନିଳାଦ୍ରୀର ଶୁଭାରମ୍ଭ କରାଯାଇଥିଲା । ତେବେ ମାତ୍ର ୧୪ଦିନ ପୂର୍ତି ନ ହେଉଣୁ ହିଁ ଏହି ହୋଟେଲରେ ଦେଖାଦେଇଛି ଅଘଟଣ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୋମବାର ଅପରାହ୍ନରେ ହୋଟେଲର ରୋଷେଇ କରୁଥିବା କ୍ୟାପଟେନ୍ ଏମ.ଡି.ସାକିରୁଦ୍ଧିନ ମଧ୍ୟାହ୍ନ ଭୋଜନ ପାଇଁ ଏବଂ ୱେଇଟର ଚିତରଂଜନ ମହାରଣା ମୃଦୁ ପାନୀୟ (କୋଲ୍ଡ ଡ୍ରିଙ୍କ୍ସ)ପାଇଁ ଦୁହେଁ ତୃତୀୟ ମହଲାରୁ ଗ୍ରାଉଣ୍ଡ ପ୍ଳୋଂରକୁ ଲିଫ୍ଟ ଯୋଗେ ଆସୁଥିବା ବେଳେ ଲିଫ୍ଟ କବାଟ ବନ୍ଦ କରିବା ପରେ ଦ୍ୱିତୀୟ ପ୍ଳୋଂର ଆସିବା ପୂର୍ବରୁ ହିଁ କୈାଣସି ତୃଟି ଯୋଗିଁ ଲିଫ୍ଟଟି ଛିଣ୍ଡି ଯାଇଥିଲା ।

Udyog Nursery
Udyogi Nursery

ଯାହାଫଳରେ ଲିଫ୍ଟଟି ଗ୍ରାଉଣ୍ଡ ପ୍ଳୋଂରରେ ବହୁତ ଜୋରରେ ଆସି ବାଡେଇ ହୋଇ ପଡିଥିଲା । ଭିତରେ ରହିଥିବା ହୋଟେଲର ଦୁଇ କର୍ମଚାରୀ ସାକିରୁଦ୍ଦିନ ଓ ଚିତରଂଜନଙ୍କୁ ଗୁରୁତର ଭାବେ ଆଘାତ ଲାଗିଥିଲା । ଲିଫ୍ଟ ଗ୍ରାଉଣ୍ଡ ପ୍ଳୋଂରରେ ବାଡେଇ ହୋଇ ପଡିବାରୁ ବହୁ ଜୋରରେ ଶଦ୍ଦ ହୋଇଥିଲା । ଏହାକୁ ଶୁଣି ହୋଟେଲରେ ଥିବା ଅନ୍ୟାନ୍ୟ କର୍ମଚାରୀମାନେ ଲିଫ୍ଟ ନିକଟକୁ ଯାଇ ଦୁଇଜଣଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିବା ବେଳେ ସେଠାରେ ଦୁହିଁଙ୍କ ଏକ୍ସରେ କରାଯାଇଥିଲା । ୱେଇଟର ଚିତରଂଜନଙ୍କ ଗୋଟିଏ ଗୋଡ ଭାଙ୍ଗି ଯାଇଥିବା ବେଳେ କ୍ୟାପଟେନ୍ ସାକିରୁଦ୍ଦିନ୍ଙ୍କ ହାତ ଓ ଛାତିରେ ବହୁତ ଆଘାତ ହୋଇଥିବା ଜଣାପଡିଛି । ଆବଶ୍ୟକ ପଡିଲେ ସେମାନଙ୍କୁ ଉଚ୍ଚ ଚିକିତ୍ସାପାଇଁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ହୋଟେଲ କର୍ମଚାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ତେବେ ନୂତନ ଭାବେ ଖୋଲାଯାଇଥିବା ୪ମହଲା ବିଶିଷ୍ଠ ଏହି ହୋଟେଲରେ ଗ୍ରାଉଣ୍ଡ ପ୍ଳୋଂରରେ ଆମିଷ ଭୋଜନାଳୟ, ପ୍ରଥମ ମହଲାରେ ଶୀତତାପ ନିୟନ୍ତ୍ରୀତ କକ୍ଷ, ଦ୍ୱିତୀୟରେ ନିରାମିଷ ଭୋଜନାଳୟ ଓ ତୃତୀୟ ମହଲାରେ ପ୍ରୀତିଭୋଜନ ନିମନ୍ତେ ହଲ ରହିଛି । ତେବେ ପୁରୁଣା କୋଠାରେ ନୂତନ ଭାବେ ଖୋଲାଯାଇଥିବା ଏହି ହୋଟେଲକୁ ଆସୁଥିବା ଗ୍ରାହକମାନଙ୍କ ପାଇଁ ଲିଫ୍ଟ ବ୍ୟବସ୍ଥା କେତେ ଯେ ସୁରକ୍ଷିତ ଏହି ଘଟଣାରୁ ଆପେ ଅନୁମୟ ହୋଇପଡିଛି । ପ୍ରକାଶ ଥାଉ କି ନୂତନ ଭାବେ ଖୋଲାଯାଇଥିବା ଏହି ହୋଟେଲରେ ପୂର୍ବରୁ ଏହା ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ରୀମାନଙ୍କର ହଷ୍ଟେଲ ଭାବେ ବ୍ୟବହୃତ ହୋଇ ଆସୁଥିଲା ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.