ନାଗିନ୍ ଫ୍ରେଣ୍ଡସ୍ ପୂଜା କମିଟି ପକ୍ଷରୁ ଶ୍ରୀ ବିନାୟକଙ୍କ ପୂଜା ପାଳିତ

ରାୟଗଡ,୨/୯ : ଶ୍ରୀ ଗଣେଷ ଚତୁର୍ଥୀକୁ ନେଇ ସାରା ରାୟଗଡ ସହର ଉତ୍ସବ ମୁଖର ହୋଇପଡିଛି । ସହରର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନଗୁଡିକ ପକ୍ଷରୁ ମଧ୍ୟ ଅଗ୍ରପୂଜ୍ୟ ଶ୍ରୀ ଗଣେଷଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ନ୍ୟିୁକଲୋନୀ ସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗ (ଏମ.ଆଇ.ଡିଭିଜନ)ପରିସରରେ ରହିଥିବା ଶ୍ରୀ ଗଣେଷଙ୍କ ମନ୍ଦିରରେ ନାଗିନ୍ ଫ୍ରେଣ୍ଡସ ପୂଜା କମିଟି ପକ୍ଷରୁ ପୂଜା ପାଳିତ ହୋଇଯାଇଛି । ଗଣେଷଙ୍କ ମନ୍ଦିରକୁ ସୁନ୍ଦର ଭାବେ ସୁସଜ୍ଜିତ କରାଯିବା ସହ ସୁନ୍ଦର ମୃଣ୍ମୟୀ ମୂର୍ତି ପୂଜା ନିମନ୍ତେ ବସାଯାଇଥିଲା । ପୂଜା କମିଟି ପକ୍ଷରୁ ୫ଦିନ ଧରି ପୂଜା ଅନୁଷ୍ଠିତ ହେବା ନେଇ ହରି ନାରାୟଣ ଦାସ, ସୁଧାକର ଦାଶ, ମୋକ୍ସିତ ସାଇ,ବହିମାଂଶୁ ନାୟକ, ମାଧବ ମହାଙ୍କୁଡ, ନିକୁ ମହାଙ୍କୁଡ, ଟି.ମହେଶ, ଗୈାରୀ ପଟ୍ଟନାୟକ, ଅନିଲ ପଟ୍ଟନାୟକ, କ୍ରିଷ୍ଣା ଗୈାଡ, ଶିବା, ବିରଂଚି ମିଶ୍ର, ୱାଇ ଅର୍ଚୁତା, ସନ୍ତୋଷ ସ୍ୱାଇଁ ପ୍ରମୁଖ ସଭ୍ୟମାନେ ସୂଚନା ଦେଇଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.