ଏକାଠି ନୂଆ ଖାଇଲେ କୁଶୁର୍ଲା ଗ୍ରାମବାସୀ

କଳାହାଣ୍ଡି,୩/୯: ଓଡିଶାର ଅନନ୍ୟ ପର୍ବ ନୂଆଖାଇ। ଏହି ପର୍ବ ବିଭିନ୍ନ ସ୍ଥାନରେ ବିଭିନ୍ନ ତିଥିରେ ପାଳନ କରାଯାଇଥାଏ। କର୍ଲାମୁଣ୍ଡା ବ୍ଳକର କୁଶୁର୍ଲା ଗ୍ରାମରେ ଏକ ଭିନ୍ନ ପରମ୍ପରାରେ ଦୀର୍ଘ ସାତ ବର୍ଷ ହେଲା ନୂଆଁଖାଇ ଆସୁଛନ୍ତି। ଏବର୍ଷ ମଧ୍ୟ ଲଗ୍ନ ଅନୁସାରେ ଆଜି ସକାଳ ଦଶଟା ସମୟରେ ଗାଁର ସମସ୍ତ ଲୋକ ରାଧାମାଧବ ମଣ୍ଡପ (ଭାଗବତ ଟୁଙ୍ଗି)ରେ ଏକାଠି ନବାନ୍ନ ସେବନ କରିଛନ୍ତି। ପରମ୍ପରା ଅନୁସାରେ ପ୍ରଥମେ ଗାଁର ଆରାଧ୍ୟ ଦେବତା ନୀଳକଣ୍ଠେଶ୍ଵର ଓ ଗାଁର ଇଷ୍ଟଦେବୀ ଧରନୀ ପୀଠରେ ପୂଜା କରାଯାଇଥିଲା।

ଏହାପରେ ନୂଆ ଚୁଡାକୁ ଭଗବାନ ଶ୍ରୀରାଧାମାଧବଙ୍କ ନିକଟରେ ଭୋଗ ଲଗାଯାଇଥିଲା। ଏହାପରେ ସମସ୍ତେ ଏହାକୁ ସେବନ କରିଥିଲେ। ବର୍ଷା ଯୋଗୁଁ ଗ୍ରାମବାସୀ ଠିଆ ହୋଇ ନୂଆ ଖାଇଥିଲେ। ପରେପରେ ସମସ୍ତେ ଜୁହାର ଭେଟ ହେଇଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Join our WhatsApp group to get 24×7 news & views alerts👇

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.