ଗଣେଷ ପୂଜାରେ ଜମୁଛି ଭକ୍ତଙ୍କ ଭିଡ, ଦଶ ଦିନ ଧରି ପୂଜା ପାଇବେ ଗଣପତି

କଳାହାଣ୍ଡି,୩/୯(ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ଗଣେଷ ପୂଜା ଅବସରରେ ଭକ୍ତଙ୍କ ଗହଳି ଜମିବାରେ ଲାଗିଛି । ହାଇସ୍କୁଲ ଛକଠାରେ ସୁଦୃଶ୍ୟ ତୋରଣ ସାଙ୍ଗକୁ ମୀନାବଜାର ଲାଗି ସଂଜ ବେଳକୁ ଭିଡ଼ ପରିଲକ୍ଷିତ ହେଉଛି । ସନ୍ଧ୍ୟା ଆଳତୀ ଦେଖିବାକୁ ଭକ୍ତମାନେ ଏକତ୍ରିତ ହେଉଥିବାବେଳେ ଏହି କମିଟୀରେ ମ.ରାମପୁରର ସମସ୍ତ ପଡ଼ାରୁ ସଦସ୍ୟ ରହୁଥିବା କାରଣରୁ ସମସ୍ତେ ଏକଜୁଟ ହୋଇ ଲାଗିପଡ଼ିଛନ୍ତି ।

କମିଟୀର ସଂପାଦକ ଗୋବିନ୍ଦ ସେଠୀ(ମୁନା)ଙ୍କ ନେତୃତ୍ୱରେ ନରସିଂହ ରଣା, ଜଗନ୍ନାଥ ସାହୁ, ସୁରେନ୍ଦ୍ର ରାଉତ, ପାଣ୍ଡବ ମେହେର, ଦିଲ୍ଲୀପ ସାହୁ, ଅଭିଷେକ ସିଂହଦେଓ, ସୁଶାନ୍ତ ବିଶି, କୈଳାସ ରଣା, ସନ୍ତୋଷ ବାରିକ, ବିପ୍ର ସୁବୁଦ୍ଧି, ନୀଳମାଧବ ପଣ୍ଡା, ରାକେଶ ଶତପଥୀ,ରୀତେଶ ଶତପଥୀ,ଟିଟୁ ସେଠୀ, ପ୍ରବୀଣ ଦୁବେ, ସନ୍ତୋଷ ମିଶ୍ର, ସୌରଭ ପଣ୍ଡା, ରଘୁନାଥ ସେଠୀ, ମଳୟ ବେହେରା, ପ୍ରଭାସ ସାହୁ,ବଧର୍ମୁ ସାହୁ, ଟିକେଶ୍ୱର ବାରିକ, ରାଜେନ୍ଦ୍ର ମହାନନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବାବେଳେ ଏହି ପୂଜା ଦଶଦିନ ଧରି ଜାକଜମକରେ ଅନୁଷ୍ଠିତ ହେବ ବୋଲି ସଂପାଦକ ଶ୍ରୀ ସେଠୀ ସୂଚନା ପ୍ରଦାନ କରିଛନ୍ତି । 

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.