କଳାହାଣ୍ଡି,୪/୯(ହେମନ୍ତ ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଏଁଲାପାଲିରେ ରାମକି ଫାଉଣ୍ଡେସନ ତରଫରୁ କମ୍ବକ,ଶାଢୀ ଓ ଚଦର ବଣ୍ଟନ କରାଯାଇଛି । ପବିତ୍ର ନବାନ୍ନ ପରେ ଗାଁ ଛକ ପ୍ରହରୀ ମଣ୍ଡପଠାରେ ଗ୍ରାମବାସୀ ଏକତ୍ରିତ ହେବା ସହିତ ସାନମାନେ ବୟୋଜେଷ୍ଠମାନଙ୍କୁ ନୂଆଖାଇ ଜୁହାର କରି ଆର୍ଶିବାଦ ଭିକ୍ଷା କରିଥିଲେ । ବୈଜ୍ଞାନିକ ଡ଼ଃ ବିଜୟ କୁମାର ସାହୁଙ୍କ ନେତୃତ୍ୱରେ ଅବସର ପ୍ରାପ୍ତ ଶିକ୍ଷକ ଥୟକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ ଏକ ସଭା ଅନୁଷ୍ଠିତ ହେଇଥିଲା । ଏଥିରେ ରାମକି ଫାଉଣ୍ଡେସନର ମ୍ୟାନେଜର ଫକୀର ଚରଣ ସାହୁ, କୃଷ୍ଣଚନ୍ଦ୍ର ସାହୁ, ଜୟଦ୍ରଥ ବନଛୋର, ଅଗସ୍ତି ସାହୁ, ଯୁବଦ୍ୟୋଗୀ ବିଭୂପ୍ରସାଦ ସାହୁ, ସମାଜସେବୀ ତଥା ଆଇନଜୀବି ରାକେଶ କୁମାର ଶତପଥୀ, ସାମ୍ବାଦିକ ହେମନ୍ତ ସାହୁ ପ୍ରମୁଖ ମଂଚାସୀନ ରହି ନୂଆଖାଇ ତଥା ଆଜିର ଏହି କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ।ପରେ ସମୁଦାୟ ୩୬୦ଟି ପରିବାରକୁ କମ୍ବଳ, ଶାଢୀ ଓ ଚଦର ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ମାନସ କୁମାର ସାହୁ, ଚିତ୍ତରଂଜନ ସାହୁ, ମୋତିଲାଲ ସାହୁ, ଡ଼ୋଳାମଣି ସାହୁ, ମୀନକେତନ ସାହୁ, ଜଗତରାମ ସାହୁ, ଝସକେତନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

For latest news & updates, click on bell button and subscribe to notifications.
Like us on Facebook👇





