ମନମୋହୁଛି ଶିଳ୍ପୀ ଅକେଶ ଧରୁଆଙ୍କ ବାଲୁକା କଳା, ଆକର୍ଷଣୀୟ ମୂର୍ତ୍ତି ଓ ପୂଜାମେଢ
ଲାଞ୍ଜିଗଡ,୪/୯ : ସନାତନ ସଂସ୍କୃତିର ଅଗ୍ରପୂଜ୍ୟ ଦେବତା ଗଣପତିଙ୍କ ପୂଜାନୋତ୍ସବ ପାଇଁ ଉତ୍ସବ ମୁଖର ହୋଇପଡିଛି ପୁରପଲ୍ଲୀ । ସେହିକ୍ରମରେ ଭାଦ୍ରପଦ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଜୟ ଜଗନ୍ନାଥ ଗ୍ରୁପ ବିଶ୍ୱନାଥପୁର ପୂଜା କମିଟି ତରଫରୁ ୧୩ତମ ଶ୍ରୀଗଣେଶ ପୂଜା ପାଳିତ ହେଉଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆର୍କଷଣୀୟ ପୂଜା ମେଢ ତଥା ତୋରଣ ଭିତରେ ଉପାସିତ ହେଉଛନ୍ତି ବିଘ୍ନହର୍ତ୍ତା ଗଣପତି । ଏଥିରେ ଉଦୀୟମାନ ଯୁବ ଶିଳ୍ପୀ ଅକେଶ ଧରୁଆଙ୍କ ଦ୍ବାରା ‘ବୃକ୍ଷ ହିଁ ଜୀବନ’ ବାଲୁକା କଳା ଦର୍ଶକଙ୍କ ମନମୋହୁଛି । ଏହି କାର୍ଯ୍ୟରେ ଶ୍ରୀ ଧରୁଆଙ୍କୁ ସହଯୋଗ କରିଛନ୍ତି ଶିଳ୍ପୀ ସୁଜିତ ଓ ଚିକୁ ।
ଏଥିସହ ପୂଜା ମଣ୍ଡପ ଓ ସାହି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇ ଥିବା ବେଳେ ପ୍ରଥମ ଓ ଦ୍ବିତୀୟ ଦିନରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ତୃତୀୟ ଦିବସରେ ମଧ୍ୟ ଜନସମାଗମ ହେବବୋଲି ଆକଳନ କରାଯାଉଛି । ଏହି ପୂଜା ୬ଦିନ ଧରି ଚାଲିବ ଓ ଆସନ୍ତା ଗୁରୁବାର ଦିନ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂଜା କମିଟିର ସଭାପତି କିଶୋର ଘଡେଇ ପ୍ରକାଶ କରିଛନ୍ତି। କମିଟି ଉପ ସଭାପତି ରଞ୍ଜନ କର, କୋଷାଧ୍ୟକ୍ଷ ମାନସ ଘଡେଇ, ପବି, ଅଜିତ, ପିଣ୍ଟୁ, ରାମ, ଶିପୁନ ରୀଙ୍କୁ, ଦେବାଶିଷ ଓ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗରେ ବିଘ୍ନହର୍ତ୍ତାଙ୍କ ପୂଜାବିଧି ବିନା ବିଘ୍ନରେ ସଂପାଦିତ ହେଉଛି ।
ସେହିପରି ଲାଞ୍ଜିଗଡ ବ୍ଲକର ମୂଷାନାଳ ମାର୍କେଟ ଛକ, ବନ୍ଧପାରି ଚାରିଛକ, ଲାଞ୍ଜିଗଡ ରୋଡ଼ ମୁଖ୍ୟ ବଜାର, ମଧୁପୁର ଓ ଲାଞ୍ଜିଗଡ ଠାରେ ପ୍ରଧାନୀ ପଡା, କଲୋନୀ ପଡା, ଡ଼ମ୍ବିଶି ପଡା, ଆଶ୍ରମ ପଡା ଓ ଗଉଡ଼ ସାହିରେ ପାଳିତ ହୋଇଥିବା ବେଳେ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଗଣେଶ ପୂଜାକୁ ନେଇ ଲାଞ୍ଜିଗଡ ବ୍ଲକ ବେଶ ଚଳଚଞ୍ଚଳ ହୋଇ ପଡ଼ିଛି।
ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.