କଲ୍ୟାଣ ବିଭାଗ ଶିକ୍ଷକ ସଂଘ ନିର୍ବାଚନକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ

ରାୟଗଡ,୫/୯ : ରାୟଗଡ ଜିଲ୍ଳା କଲ୍ୟାଣ ବିଭାଗ ଶିକ୍ଷକ ସଂଘର ନିର୍ବାଚନ ଆସନ୍ତା ୮ତାରିଖରେ ହେବାକୁ ଥିବା ବେଳେ ସ୍ୱାକ୍ଷର ବିହୀନ ବିଜ୍ଞାପନ ହ୍ୱାଟସ୍ଅପ୍ ମାଧ୍ୟରେ ଛାଡିଥିବାରୁ ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଛି । ଗତ ଅଗଷ୍ଟ ୨୫ତାରିଖରେ କିିଛି ଶିକ୍ଷକ ପୁରୁଣା ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟରେ ଏକ ବୈଠକ କରି ଆସନ୍ତା ୮ତାରିଖରେ ନିର୍ବାଚନ କରିବା ପାଇଁ ନିଷ୍ପତି ନେଇଥିଲେ । ଏହି ଭୋଟ ଗ୍ରହଣ ଜିଲ୍ଳାର ମୁନିଗୁଡା,ରାୟଗଡ ଏବଂ ଗୁଣପୁର ଠାରେ ୩ଟି ବୁଥରେ ହେବ ବୋଲି ବିଞାପନ ଜାରି କରିଥିଲେ । ଉପସ୍ଥିତ ଶିକ୍ଷକଙ୍କ ଅନିଚ୍ଛା ସତ୍ୱେ କିଛି ଶିକ୍ଷକ ଚାପ ପ୍ରୟୋଗ କରି ଏହି ନିଷ୍ପତି ନେଇଥିବା ଅଭିଯୋଗ ହୋଇଛି । ଏହି ବୈଠକରେ ହାତଗଣତି କିଛି ଶିକ୍ଷକଙ୍କୁ ଛାଡିଦେଲେ ଅନ୍ୟମାନେ ବୈଠକକୁ ଆସି ନ ଥିବା ଜଣାପଡିଛି । ଏହି ନିର୍ବାଚନ ତଥା ତିନୋଟି ବୁଥର ନିଷ୍ପତି ଅସମ୍ବିଧାନିକ ତଥା ଏହି ପ୍ରକ୍ରିୟାକୁ ବେଆଇନ ଦର୍ଶାଇ ସଂଘର ସଭାପତି ସଂଜୟ କୁମାର ବେହେରା ଜିଲ୍ଳା ଦେୱାନୀ ଅଦାଲତରେ ଏକ ମାମଲା ରୁଜୁ କରିଛନ୍ତି । ଘଟଣାରୁ ପ୍ରକାଶ ଯେ,ଗତ ୨୦୧୭ ମସିହା ଜାନୁୟାରୀ ୧୫ତାରିଖରେ ଭାକୁରଗୁଡା ଫାର୍ମରେ ଶିକ୍ଷକମାନେ ସମବେତ ହୋଇ ସଂଘର କର୍ମକର୍ତା ସହମତି ଭିତିରେ ନିର୍ବାଚନ କରିଥିଲେ । ଜିଲ୍ଳାର ୧୬୯ ଜଣ ଶିକ୍ଷକ ଏଥିରେ ସମ୍ମତି ପ୍ରକାଶ କରିଥିଲେ । ସେବେଠାରୁ ସଂଘ ଜିଲ୍ଳାର ଶିକ୍ଷକମାନଙ୍କ ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟ ସଂପାଦନା କରିବା ସହ ରାଜ୍ୟସ୍ତରରେ ଜିଲ୍ଳାର ପ୍ରତିନିଧ୍ୱିତ୍ୱ କରିଥିଲେ । ସଂଘର ନୂତନ କର୍ମକର୍ତା ପ୍ରତି ଦୁଇ ବର୍ଷରେ ନିୟମ ରହିଛି ତେଣୁ ଗତ ମାର୍ଚ୍ଚ ମାସରେ ଏହି ପ୍ରକ୍ରିୟା ହେବାର ଥିଲା । କିନ୍ତୁ ସାଧାରଣ ନିର୍ବାଚନ ଓ ତାଲିମ ଥିବାରୁ ଏହାକୁ ବନ୍ଦ କରି ଦିଆଯାଇଥିଲା । ରାଜ୍ୟ ସଂଘର ସଂପାଦକ ପତ୍ର ସଂଖ୍ୟା ତା/୨/୯/୧୯ରିଖ ପ୍ରକାରେ ସମସ୍ତ ଜିଲ୍ଳାର କର୍ମକର୍ତା ନୂତନ ଭାବେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ତରବରିଆ ଭାବେ କିଛି ଶିକ୍ଷକ ସଂଘକୁ ନିଜ ଅକ୍ତିଆରରେ ରଖିବା ପାଇଁ ସଭାପତିଙ୍କ ବିନା ଅନୁମୋଦନରେ ବିଞାପନ ଜାରି କରି ୩ଟି ବୁଥରେ ଭୋଟ ଦାନ କରିବା ପ୍ରକ୍ରିୟାକୁ ଜିଲ୍ଳାର ସମସ୍ତ ଶିକ୍ଷକ ବିରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ କିଛି ଶିକ୍ଷକ କଲେଜ ନିର୍ବାଚନ ଭଳି ବୁଲି ବୁଲି ପ୍ରଚାର କରୁଛନ୍ତି ତେଣୁ ଏହି ଗୋଷ୍ଠୀ ବିଭାଜନ ପଛରେ ଜଣେ ଜୈନେକ ଶିକ୍ଷକଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ସଭାପତି ଶ୍ରୀ ବେହେରା ଅଭିଯୋଗ କରିଥିବା ବେଳେ ୨୦୦୧ ଚାକିରି ପାଇଥିବା ଓ ୨୦୦୭ରେ ଚୁକ୍ତି ପାଇଥିବା ଶିକ୍ଷକଙ୍କୁ ନେଇ ଏବଂ ସମାନ୍ତରାଳ କର୍ମକର୍ତା ଚୟନ କରାଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟର କିଛି ଶିକ୍ଷକ ସଭାପତି,ଉପସଭାପତି ଓ ସଂପାଦକ ପଦବୀରେ ରହିବା ପାଇଁ ଯୋଜନା କରିୁଥିବାରୁ ଜିଲ୍ଳାର ଅନ୍ୟ ବର୍ଗର ଶିକ୍ଷକମାନେ ଏହା ବିରୋଧରେ ଅଂଟା ଭିଡିଥିବା ମଧ୍ୟ ଜଣାପଡିଛି । ଜିଲ୍ଳାର ଅଧିକାଂଶ ଶିକ୍ଷକ ୩ଟି ବୁଥ୍ ନିର୍ବାଚନକୁ ବିରୋଧ କରିଛନ୍ତି । ୩ଟି ବୁଥର ବୈଧତା ଉପରେ ପ୍ରଶ୍ନବାଚୀ ଉଠିଛି । ସଂଘର ସମ୍ବିଧାନରେ ଏହି ପ୍ରକାର ବ୍ୟବସ୍ଥା ନାହିଁ ଏକ ସୈାହାର୍ଦ୍ଧପୂର୍ଣ୍ଣ ବାତାବରଣ ମଧ୍ୟରେ ସଂଘର କର୍ମକର୍ତା ଚୟନ କରିବା ପାଇଁ ବରିଷ୍ଠ ଶିକ୍ଷକମାନେ ଚାହୁଁଥିବା ବେଳେ କିଛି ଶିକ୍ଷକ ନିଜର ପତିଆରା ଜାହିର କରିବା ପାଇଁ ଏହାର ନିର୍ବାଚନ ଜୋର ଜବରଦସ୍ତ କରିବା ପାଇଁ ଚାହୁଁଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ଏହି ନିର୍ବାଚନ ତଥା ୩ଟି ବୁଥ ହେବା ସଂକ୍ରାନ୍ତରେ ସଂଘ ତରଫରୁ କୈାଣସି ବିଞାପନ ଜାରି କରାଯାଇଥିବା କଥାକୁ ବର୍ତମାନ ସଂଘର ସଭାପତି ସଂଜୟ କୁମାର ବେହେରା ଅସ୍ୱୀକାର କରିବା ସହ ବେଆଇନ ବୁଥକୁ ରୋକିବା ପାଇଁ ମାନ୍ୟବର ଅଦାଲତର ଆଶ୍ରୟ ନିଆଯାଇଛି ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

 

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.