କୁଶୁର୍ଲା ଶିଶୁମନ୍ଦିରରେ ଗୁରୁଦିବସ ପାଳିତ

କଳାହାଣ୍ଡି/କର୍ଲାମୁଣ୍ଡା ,୫/୯ : ଭାରତୀୟ ସଂସ୍କୃତିରେ ଗୁରୁଙ୍କ ସ୍ଥାନ ଅତି ଉଚ୍ଚରେ । ଗୁରୁଙ୍କୁ ବ୍ରହ୍ମା,ବିଷ୍ଣୁ,ମହେଶ୍ବରଙ୍କ ସହ ତୁଳନା କରାଯାଇଛି । ଗୁରୁଙ୍କ ମହିମାରେ ଶାସ୍ତ୍ର ପୁରାଣ ମୁଖରିତ ହୋଇ ଉଠିଥିବା ବେଳେ ଭାରତର ପ୍ରଥମ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ସେପ୍ଟେମ୍ବର ୫ ତାରିଖକୁ ସାରା ଭାରତରେ ଗୁରୁ ଦିବସ ଭାବେ ପାଳନ କରାଯାଉଛି । ସେହି କ୍ରମରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ସ୍ଥିତ ସରସ୍ୱତୀ ଶିଶୁମନ୍ଦିର ଠାରେ ଗୁରୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପ୍ରଶାସକ ଡକ୍ଟର ନୃପରାଜ ସାହୁ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ବୈଷ୍ଣବ ବନଛୋର ଓ ସମ୍ମାନିତ ଅତିଥି ଭାବେ କୃଷ୍ଣଚନ୍ଦ୍ର ପାତ୍ର, ଧନେଶ୍ୱର ସାହୁ ପ୍ରମୂଖ ଯୋଗ ଦେଇଥିବା ବେଳେ ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା ସଭାପତିତ୍ୱ କରିଥିଲେ।

ପ୍ରଥମେ ଅତିଥିମାନେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ଅତିଥିମାନେ ଗୁରୁଦିବସ ପାଳନର ମହତ୍ତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ କୈଳାସ ପଧାନ ପରିଚୟ ପ୍ରଦାନ କରିଥିବା ବେଳେ କେଶବ ଭୋଇ ଧନ୍ୟବାଦ ଓ ଚୁଡାମଣି ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗୁରୁଦିବସ ଅବସରରେ ଛାତ୍ରଛାତ୍ରୀମାନେ ଶିଶୁମନ୍ଦିରର ଗୁରୁଜୀ ଗୁରୁମାଙ୍କୁ ଫୁଲଚନ୍ଦନ ଦେଇ ପଦବନ୍ଦନା କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନବିନ କିଶୋର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.