ନର୍ଲାରେ ନୂଆଖାଇ ଭେଟଘାଟ

କଳାହାଣ୍ଡି,୫/୯ : ପଶ୍ଚିମ ଓଡିଶାର ପରମ୍ପରା ଓ ଐତିହ୍ୟର ଧାରା ବିଶେଷତଃ କୃଷି ଓ ଲୋକ ସଂସ୍କୃତିରେ ଅତ୍ୟନ୍ତ ବଳିଷ୍ଠ । ଏହାର ବଳିଷ୍ଠ ଜୀବନଧାରା ଏକ ବୃହତ୍ତର ସାର୍ବଜନୀନ ସଂସ୍କୃତିର ପ୍ରତୀକ । ନୂଆଖାଇ ହେଉଛି ତା’ର ପ୍ରତୀକ । ଭାଦ୍ର ଶୁକ୍ଳ ପଞ୍ଚମୀ ତିଥିରେ ନର୍ଲା ବ୍ଲକରେ ପାଳିତ ହୋଇଯାଇଛି ନୂଆଖାଇ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଭେଦଭାବକୁ ଭୁଲି, ଦ୍ବେଷକୁ ଭୁଲି, ପରଆପଣା ଉର୍ଦ୍ଧରେ ସମସ୍ତଙ୍କୁ ଆପଣେଇ ନେବାର ବାର୍ତ୍ତା ଦେଇ ବିଦାୟ ନେଇଛି ମହାପାର୍ବଣ ନୂଆଖାଇ, ଏବେ ଭେଟଘାଟ ସାଂସ୍କୃତିକ କାର୍ଯ୍ୟକ୍ରମର ବେଳ । ଏହି ପରିପ୍ରେକ୍ଷୀରେ ନର୍ଲାରେ ଆୟୋଜିତ ହୋଇଯାଇଛି ନୂଆଖାଇ ଭେଟଘାଟ ।

Udyog Nursery
Udyogi Nursery

ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ନୂଆଖାଇ ଭେଟ ଆୟୋଜନ କମିଟି ଓ ବିଜୟୀ କୁନାକୁନି କ୍ଳବ ନର୍ଲା ଆନୂକୁଲ୍ୟରେ
ନୂଆଖାଇ ଭେଟଘାଟ ମହା ସମାରୋହରେ ପାଳିତ ହୋଇ ଯାଇଛି । ସଂଗଠକ ଅରୁଣ କୁମାର ପ୍ରଧାନୀ ଙ୍କ ନେତୃତ୍ୱ ରେ ପରିଚାଳିତ ଉତ୍ସବରେ ଅତିଥି ଭାବେ ଯୁବ ସମାଜସେବୀ ଦିପୁ ପାତ୍ର, ସାମାଜିକ କର୍ମୀ ପିତାମ୍ବର ଗୌଡ଼, ୱାର୍ଡ ସଭ୍ୟ ବିଜୟ ବାଣୁଆ, କଳାକାର କ୍ଷୀରା ଚନ୍ଦନ, କୃର୍ତ୍ତିବାସ ଦୁବେ, କୃର୍ତ୍ତିବାସ ବଗର୍ତି, ଉଦିତ ପାତ୍ର ପ୍ରମୂଖ ମଞ୍ଚାସିନ ଥିଲେ ।

କାଠି ନାଚ, ଦଳଗତନୃତ୍ୟ, ପୁଚି, ହୁଳହୁଳି, ଗୀତ ପରିବେଷଣ କାର୍ଯ୍ୟକ୍ରମ ପରିବେଶକୁ ଆନନ୍ଦ ମୁଖର କରି ଗଢି ତୋଳିଥିଲା, ବିଜୟୀ କୁନାକୁନୀ କ୍ଲବର ସୁଶ୍ରୀ ଝରଣା ପ୍ରଧାନୀ କାର୍ଯ୍ୟକ୍ରମର ସଂଯୋଜନା କରି ଥିଲେ । ଏଥିରେ ଯୁଗେଶ ପରିଛା, ଜୟ ରାମ ଚନ୍ଦନ, ବୁଇ ପାତ୍ର, ଇସା ପ୍ରଧାନୀ, ପଦୁ ବିଶି ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ପୂଜାରାଣୀ ପୂଝାରୀ ଧନ୍ୟବାଦ ଅର୍ପଣ କରିଥିଲେ । 

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.