ଜେକେପୁର ଶ୍ରୀଗୁରଜୀ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁଦିବସ

ରାୟଗଡ,୫/୯ : ରାୟଗଡ ଜିଲ୍ଳା ଅନ୍ତର୍ଗତ ଜେକେପୁରର ଶ୍ରୀଗୁରଜୀ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଳା ଉଚ୍ଚ ବିଦ୍ୟାଳୟ ରାୟଗଡର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ରବି ନାରାୟଣ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ସେହିପରି ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଜୟଦେବ ସେଠୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ପୂର୍ବତନ ସଭାପତି ରାଧାଶ୍ୟାମ ପଲାଇ, ପରିଚାଳନା ସମିତିର ସଦସ୍ୟା ଶ୍ରୀମତି ଚାରୁଲତା ବେହେରା ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶିଶୁ ଭଉଣୀମାନେ ସ୍ୱାଗତ ସଙ୍ଗୀତ ଓ ବ୍ୟକ୍ତିଗତ ସଙ୍ଗୀତ ପରିବେଷଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ସେଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସେହିପରି ଶିଶୁ ଭଉଣୀମାନେ ଗୁରୁପୂଜନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରଥ ଓ ସମ୍ମାନୀତ ଅତିଥି ଶ୍ରୀ ସେଠୀ ଗୁରୁଦିବସ ବିଷୟରେ ଶିଶୁଙ୍କୁ ମାର୍ଗଦର୍ଶନ କରାଇଥିଲେ । ବିଦ୍ୟାଳୟର ଶ୍ରୀମତି ରଶ୍ମିତା କୁମାରୀ ସାହୁ, ସୁଶ୍ରୀ ଅର୍ଚ୍ଚନା କୁମାରୀ ସାହୁ ଗୁରୁମା ବନ୍ଦନା ଓ ସଂଚାଳନା କହିଥିଲେ । ବିଦ୍ୟାଳୟର ଗୁରୁଜୀ ଶ୍ରୀକାନ୍ତ ସୁନ୍ଦର ବେହେରା ଧନ୍ୟବାଦ ଅର୍ପଣ କରଥିଲେ । ସମସ୍ତ ଗୁରୁଜୀ, ଗୁରୁମା ଓ ସେବକ, ସେବିକା ଉପସ୍ଥିତ ରହି କାର୍ଯ୍ୟକ୍ରମ ସହଯୋଗ କରିଥିଲେ । ଶାନ୍ତିମନ୍ତ୍ର ଓ ରାଷ୍ଟ୍ରବନ୍ଦନା କରି ଶିଶୁଙ୍କୁ ମିଷ୍ଟାନ ବଂଟନ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟର ପ୍ରାଚୀର ପତ୍ରିକା “ଉଜ୍ଜୟନୀ” ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରିଥିଲେ ।

Omkar Vasthu
Omkar Vasthu

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna
For latest news & updates, click on bell button and subscribe to notifications.
http://facebook.com/odiabarta

Like us on Facebook👇

Udyog Nursery
Udyogi Nursery

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.