ଗାୟତ୍ରୀ ନଗର,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ଦିବସ ପାଳିତ

ରାୟଗଡ,୫/୯ : ରାୟଗଡ ସହରର ଗାୟତ୍ରୀ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ପବିତ୍ର ଗୁରୁଦିବସ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏସ.ମାଧବ ରାଓ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥଲେ ଏବଂ ଏହି ଗୁରୁଦିବସର ମହତ୍ୱ ସମ୍ବନ୍ଧରେ ଅଭିଭାଷଣ ରଖିବା ସହ ସମାଜରେ ଗୁରୁର ସ୍ଥାନ ଓ ଛାତ୍ରଗଠନରେ ଗୁରୁଙ୍କ ଭୂମିକା ବିଷୟରେ କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଳ ଚରଣ ସ୍ୱାଇଁ ମଂଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ ସହ ଗୁରୁଦିବସର ଆଭିମୁଖ୍ୟ ବିଷୟରେ କହିଥିଲେ । ବିଦ୍ୟାଳୟର ସଂପାଦକ ଡ.ସୁନୀଲ ପ୍ରସାଦ ମହାପାତ୍ର ଶିଶୁ ଭାଇଉଭଣୀମାନଙ୍କୁ ଗୁରୁଙ୍କ ଉପଦେଶ ମାନିଲେ ଜୀବନ କିପରି ସଫଳତା ମିିଳିଥାଏ ସେ ବିଷୟରେ ସୁବାଶିଷ ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.