ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନେଇ କେୟାର ଇଣ୍ଡିଆର ଟ୍ରାଭେଲିଙ୍ଗ ସେମିନାର

କଳାହାଣ୍ଡି : କୃଷକ ଓ ସ୍ବୟଂସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଶଶକ୍ତିକରଣ କରିବା ଦିଗରେ କେୟାର ଇଣ୍ଡିଆର ଆୟୋଜନ ଓ ଟିସିଆଇ ର ମିଳିତ ସହଯୋଗରେ ନର୍ଲା ବ୍ଲକରେ ଟ୍ରାଭେଲିଙ୍ଗ ସେମିନାର ଅନୁଷ୍ଠିତ ହୋଇଯାଇଛି ।

କୃଷି ବିଶେଷଜ୍ଞ (WMS) ଜାନକି ବଲ୍ଲଭ ମହାପାତ୍ର, SPO ସୁବାଶ ଚନ୍ଦ୍ର ବେହେରା, SCO ଅଜୟ ଚାନ୍ଦ, SMS ନାରାୟଣ ଉପାଧ୍ୟାୟ, AAO ନର୍ଲା ଶିବାନୀ ପ୍ରଧାନୀ, WAN ତୁଲାପଡା ସୁଜାତା ନାଏକ ପ୍ରମୂଖ ନର୍ଲା ବ୍ଲକର ତୁଲାପଡା, ବୋରିଙ୍ଗପଦର, ବାଲସିଙ୍ଗା, କମେଗାଁ ଆଦିର କୃଷି ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ଅବସରରେ ବୋରିଙ୍ଗପଦର ଓ କମେଗାଁର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ତାଲିମ ଓ ବୈଠକ ଆୟୋଜନ କରାଯାଇଥିଲା ।


କେୟାର ଇଣ୍ଡିଆ ପ୍ରକଳ୍ପ ଜରିଆରେ ୪ଟି ଉଦ୍ଦୋଗ ମାଧ୍ୟମରେ ପ୍ରତ୍ୟେକ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟବସାୟ କରିବାପାଇଁ ୧୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଥିଲା ।

ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.