ଜୁନାଗଡ଼,୭/୯ : ଭାରତୀୟ ସନାତନ ସଂସ୍କୃତିର ଅଗ୍ରପୂଜ୍ୟ ଦେବତା ଶ୍ରୀଗଣେଶଙ୍କ ମହିମା ଗାନରେ ଶାସ୍ତ୍ର ପୁରାଣ ମୁଖରିତ ହୋଇ ଉଠିଥିବାବେଳେ ଭାଦ୍ରପଦ ଶୁକ୍ଲ ଚତୁର୍ଥୀରେ ସାରା ଦେଶରେ ପାଳିତ ହୁଏ ଗଣେଶ ପୂଜା । ସେହି କ୍ରମରେ କଳାହାଣ୍ଡି ରାଜ୍ୟର ପୁରାତନ ରାଜଧାନୀ, କଳା ସଂସ୍କୃତିର ଗନ୍ତାଘର ତଥା ଆଧୁନିକ ସମୟର ବାଣିଜ୍ୟିକ ପେଣ୍ଠସ୍ଥଳୀ ଜୁନାଗଡ ସହର ଶିଦ୍ଧି ଦାତାଙ୍କ ପୂଜାନୋତ୍ସବକୁ ନେଇ ହୋଇ ଉଠିଛି ଉତ୍ସବ ମୁଖର ।
ସହରର ବିଭିନ୍ନ ସ୍ଥାନରେ ଗଣପତିଙ୍କ ପୂଜା ଚାଲିଥିବା ବେଳେ ବଜାରପଡା ସନ୍ନିକଟରେ ଅତି ସୁନ୍ଦର ସାଜସଜ୍ଜା ଓ ଆକର୍ଷଣିୟ ମୂର୍ତ୍ତି ଦେଖିବାକୁ ମିଳିଛି । ବିଦ୍ୟାଦାତା ଗଜାନନ ମୋଦକ ତଥା ଖାଦ୍ୟ ପ୍ରିୟ ହୋଇଥିବାରୁ ତାଙ୍କର ସନ୍ତୁଷ୍ଟି ପାଇଁ ଲାଗିପଡିଛନ୍ତି ପୂଜାକମିଟି । ଆଜି (ଶନିବାର) ଗଣନାୟକଙ୍କ ପାଖରେ ଲାଗି ହୋଇଛି ୫୬ ପ୍ରକାର ଭୋଗ । ଶିଦ୍ଧିଦାତାଙ୍କ ପାଖରେ ଏସବୁ ସମର୍ପଣ ହେବାପରେ ଭକ୍ତ, ଶ୍ରଦ୍ଧାଳୁ ଓ ଜନସାଧାରଣ ପ୍ରସାଦ ପାଇଥିଲେ ।
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in
Click here to get daily News & Views update 👇