ଦରମା ନାହିଁ, ଫିକାପଡ଼ିଲା ନୂଆଖାଇ

କଳାହାଣ୍ଡି,୮/୯: ଗତ ଭାଦ୍ରବ ଶୁକ୍ଳ ପଞ୍ଚମୀରେ କଳାହାଣ୍ଡିର ପୁରପଲ୍ଲୀରେ ଲୋକେ ହର୍ଷଉଲ୍ଲାସର ସହ ନୂଆଖାଇ ମଉଜ ମନଉଥିବା ବେଳେ ଦରମା ନପାଇ ନିରାଶ ହୋଇଛନ୍ତି ଭବାନୀପାଟଣା ବ୍ଲକର ଏକ୍ସ-କେଡର୍ ଶିକ୍ଷକ ତଥା କନିଷ୍ଠ ଶିକ୍ଷକ। ଗତବର୍ଷ ଭଳି ଏବର୍ଷ ମଧ୍ୟ ସେମାନେ ନୂଆଖାଇ ବେଳକୁ ପାଇନାହାନ୍ତି ତାଙ୍କର ମାସିକ ପାଉଣା। ନୂଆଖାଇ ସାଜସଜ୍ଜା ତଥା ପର୍ବ ପାଳନ ପାଇଁ ଧାର କରଜ କରି ମନେଇଛନ୍ତି ପର୍ବ। ଦରମା ଟିକକ ବି ନପାଇବାରୁ ଫିକା ପଡିଛି ତାଙ୍କର ନୂଆଖାଇ, ଯଦିଓ ଏହା ଓଡ଼ିଶାର ଏକ ମୁଖ୍ୟ ପର୍ବ। ତେବେ ଏଥିରେ ମଧ୍ୟ ସେମାନେ ନିଜର ହସଖୁସି ଜାହିର କରିପାରିନାହାନ୍ତି। ଦେଶର ଭବିଷ୍ୟତ ନିର୍ମାଣରେ ଯେଉଁ ଶିକ୍ଷକମାନେ ଅଗ୍ରଦୂତ ସାରଥୀ, ସେମାନଙ୍କ ଏଭଳି ଅବସ୍ଥା ପାଇଁ କିଏ ଦାୟୀ ବୋଲି ସେମାନେ ସନ୍ଦିହାନ ଅଛନ୍ତି।

ରାଜ୍ୟ ସରକାରଙ୍କ ନିର୍ଦେଶ ସତ୍ତ୍ୱେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏଭଳି ଅସୁବିଧାର ସମ୍ମୁଖୀନ ହେଇଛନ୍ତି ବୋଲି ପ୍ରକାଶ କରିଛନ୍ତି ସମ୍ପୃକ୍ତ ଶିକ୍ଷକମାନେ। ଗତ ପଞ୍ଚମୀରେ ଦରମା ନହେବା ପରେ ଆଶା ଥିଲା ଭବାନୀପାଟଣା ଦଶମୀ ନୂଆଖାଇରେ ଅନ୍ତତଃ ମିଳିବ। ମାତ୍ର ଶେଷରେ ଏହି ଦିନ ବି ନିରାଶ ହେବାକୁ ପଡିଛି। ଅନ୍ୟ ସମୟରେ ମଧ୍ୟ ୨/୩ ମାସରେ ଥରେ ଦରମା ମିଳୁଥିବା ବେଳେ ପର୍ବପର୍ବାଣିରେ ମଧ୍ୟ ବିଭାଗର ଏଭଳି ଆଚରଣକୁ ନାପସନ୍ଦ କରିଛନ୍ତି ଶିକ୍ଷକମାନେ।

ଏ ସମ୍ପର୍କରେ odiabarta.in ପକ୍ଷରୁ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତଙ୍କୁ ଯୋଗାଯୋଗ କରାଯିବାରୁ କିଛିଦିନ ବ୍ୟାଙ୍କ ଛୁଟି ଥିଲା ଓ ସେ ବାହାରେ ଥିବାରୁ ଦରମା ହୋଇ ପାରିନି ବୋଲି ପ୍ରକାଶ କରିଛନ୍ତି।

For latest news & views updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Join our WhatsApp group to get 24×7 news & views alerts👇

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.