କଳାହାଣ୍ଡି,୮/୯ : ଆଜି ପବିତ୍ର ଭାଦ୍ରପଦ ଶୁକ୍ଳ ଦଶମୀ ତିଥିରେ ସରିଆଁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସାମୁହିକ ନବାନ୍ନ ଭକ୍ଷଣ କରିଛନ୍ତି ଭୋଇ ପରିବାର । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଗ୍ରାମର ଭୋଇ ପରିବାର ଏକ ସଂସ୍କୃତି ସମ୍ପନ୍ନ ପରିବାର ଭାବେ ଖ୍ୟାତ ।
ଅଞ୍ଚଳର ଐତିହ୍ୟ, ପରମ୍ପରା, ଭାଇଚାରା, କଳା ସଂସ୍କୃତିର ସଂରକ୍ଷଣ ସହ କୋଲଥା ସମାଜର ବିକାଶ ପାଇଁ ଏହି ପରିବାର ସମର୍ପିତ ଭାବେ କାର୍ଯ୍ୟ କରିଆସୁଛି । ସରିଆଁ ଗାଁରେ ଭୋଇ ବଂଶର ମୋଟ ୬୦ ପରିବାରର ୨୩୦ ସଦସ୍ୟ ବସବାସ କରି ଆସୁଛନ୍ତି । ଶତାଧିକ ବର୍ଷ ଧରି ଏହି ପରିବାରର ପୂର୍ବ ପୁରୁଷ ମାନେ ଅଞ୍ଚଳରେ ଧାର୍ମିକ ଓ ସାମାଜିକ କାର୍ଯ୍ୟର ପୃଷ୍ଠ ପୋଷକତା କରି ଏକ ଉତ୍ତମ ବାତାବରଣ ସୃଷ୍ଟି କରି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଦିଗରେ ଉଲ୍ଲେଖନିୟ କାର୍ଯ୍ୟ କରି ଜନମାନସରେ ପୂଜ୍ୟ ହୋଇ ପାରିଛନ୍ତି ।
ନିଜର ଇଷ୍ଟଦେବୀ ରଣେଶ୍ବର ରାମଚଣ୍ଡିଙ୍କ ପ୍ରତି ଗଭିର ଭକ୍ତି ରଖିଥିବା ଏହି ବଂଶ ଶ୍ରୀଜଗନ୍ନାଥ ଓ ଭୋଳାନାଥଙ୍କ ପ୍ରତି ମଧ୍ୟ ଅଖଣ୍ଡ ବିଶ୍ବାସ ରଖନ୍ତି । ଆଜି (ରବିବାର) ସଂସ୍କାର ଭାରତୀ ଓ ଶ୍ରୀଜଗନ୍ନାଥ ସଂକିର୍ତ୍ତନ୍ୟ ମଣ୍ଡଳୀର ସଦସ୍ୟ ମାନଙ୍କ ଉପସ୍ଥିତିରେ ଶତାଧିକ ଭୋଇ ବଂଶର ଦାୟାଦ ମାନେ ନବାନ୍ନ ଭକ୍ଷଣ କରିଥିଲେ ।
Click here to get daily News & Views update 👇
https://bit.ly/OBgroup3
Like us on Facebook👇