ନବାନ୍ନ ପଶ୍ଚିମ ଓଡ଼ିଶାରେ ଏକତାର ମନ୍ତ୍ର ଶୁଣାଏ

ଜ୍ୟୋତି ବିକାଶ ଯୁବକ ସଂଘ ତରଫରୁ ନୂଆଖାଇ ଭେଟ୍

କଳାହାଣ୍ଡି/କର୍ଲାମୁଣ୍ଡା : ୮/୯(ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ରିଷିଡ଼ାସ୍ଥିତ ଜ୍ୟୋତି ବିକାଶ ଯୁବକ ସଂଘ ତରଫରୁ ଗତ ତେଇଶି ବର୍ଷ ଧରି ନିରବଛିନ୍ନ ଭାବରେ ପାଳନ କରାଯାଉଥିବା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଭେଟ୍ ଅବସରରେ ‘‘ନବାନ୍ନ ପଶ୍ଚିମ ଓଡ଼ିଶାରେ ଏକତାର ମନ୍ତ୍ର ଶୁଣାଏ’’ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆଜି(ରବିବାର) ଅପରାହ୍ନରେ ସଂଘର ସଭାପତି ଫକୀର ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୂଆଖାଇ ଭେଟ୍ ରେ ମୁଖ୍ୟ ଅତିଥିଭାବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ(ପୁଷୁବାବୁ), ସମ୍ମାନୀତ ଅତିଥି ରିଷିଡ଼ା ନାଏବ ସରପଂଚ କୈଳାସ ପାତ୍ର, ମୁଖ୍ୟ ବକ୍ତା ଭାବରେ ସମାଜସେବୀ ପଦ୍ମଲୋଚନ ମିଶ୍ର ଯୋଗଦେଇ ପ୍ରଥମେ ଅଗ୍ରପୂଜ୍ୟ ଗଜାନନଙ୍କ ପ୍ରତିକୃତିରେ ଦୀପ ପ୍ରଜ୍ୱଳନ କରି ସଭାରମ୍ଭ କରିଥିଲେ ।

ମଂଚ ପରିଚାଳନା କରିଥିଲେ ସଂଘର ସଂପାଦକ ନରୋତ୍ତମ ସେଲମା । ପରେ ଏହି ଅବସରରେ ହଳିଆ ଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହେଇଥିଲା ଏବଂ ପୂର୍ବରୁ ଆୟୋଜିତ ଗହ୍ମାଡ଼ିଆ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସଭା ପରେ ଅନୁଷ୍ଠିତ ନୃତ୍ୟ ପ୍ରତିଯୋଗୀତାରେ ଶହ ଶହ ଦର୍ଶକ ଉପସ୍ଥିତ ରହିଥିବାବେଳେ ବିଭିନ୍ନ ପ୍ରତିଯୋଗୀତା ବିଚାରକ ଭାବରେ ଲକ୍ଷ୍ମୀପ୍ରସାଦ ସେଠ୍, ବିଦୂର ଭୋଇ ଯୋଗଦେଇଥିବା ବେଳେ ସଂଘର ବରିଷ୍ଠ କର୍ମକର୍ତ୍ତା ଉପସଭାପତି ହିମାଂଶୁ ରଣା ବେଲାର ପୁଟେଲ, ଭଜମନ ରଣା, ପୀତବାସ ସାହୁ, ପୀତବାସ ରଣା, ସୁଶାନ୍ତ ପାତ୍ର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

Click here to get daily News  & Views update 👇

https://bit.ly/OBgroup3

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.